ବିଚାର

ଘରକୁ “କାଠର ବଇଁଶି” ଆଣିବା ଦ୍ଵାରା ଦୂର ହୋଇଥାଏ ଏହି ସବୁ ସମସ୍ୟା, ଜାଣନ୍ତୁ ବଇଁଶି ସହିତ ଜଡିତ ଫାଇଦା

ଭଗବାନ ଶ୍ରୀକୃଷ୍ଣ ସବୁବେଳେ ନିଜ ପାଖରେ ବଇଁଶି ରଖୁଥିଲେ । ସେ ବହୁତ ସୁନ୍ଦର ବଇଁଶି ବଜାଉଥିଲେ । ତାଙ୍କର ବଇଁଶି ର ସ୍ଵରରେ ସମସ୍ତ ଗୋପୀମାନେ ତାଙ୍କ ପାଖକୁ ଚାଲି ଆସୁଥିଲେ ।

ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ବଇଁଶି ମିଳୁଛି । କଣ ଆପଣମାନେ ଜାଣନ୍ତି ଘରେ ବଇଁଶି କିଣି ରଖିଲେ ତାହା ବହୁତ ଶୁଭ ହୋଇଥାଏ । ବାସ୍ତୁ ଏବଂ ଫେଙ୍ଗଶୁଈ ରେ ବଇଁଶି କୁ ଶୁଭ ବୋଲି କୁହାଯାଇଛି ।

ବାଂସୁରୀ ସହିତ ଜଡିତ କିଛି ଲାଭ

ଦୋଷରୁ ବଞ୍ଚାଇଥାଏ

ବାସ୍ତୁ ଏବଂ ଫେଙ୍ଗଶୁଈ ଅନୁସାରେ ବଇଁଶି ର ପ୍ରୟୋଗ ଦ୍ଵାରା ଓ ଏହାକୁ ବଜାଇବା ଦ୍ଵାରା ବିଭିନ୍ନ ପ୍ରକାରର ଦୋଷ କମ କରାଯାଇ ପାରିବ । ଏହାର ସ୍ଵର ଘରର ବାତାବରଣକୁ ଏକଦମ ଭଲ କରିଦିଏ । କିନ୍ତୁ ବଇଁଶି କୁ ସଠିକ ଭାବରେ ବଜାଇ ଆସିବା ଦରକାର ।

ଆତ୍ମାମାନଙ୍କୁ ଦୂର କରିଥାଏ ବଇଁଶି

ଏମିତି କୁହାଯାଏ କି ବଇଁଶି ର ସ୍ଵର ଶୁଣିବା ଦ୍ଵାରା ଓ ଏହାକୁ ହାତରେ ରଖିବା ଦ୍ଵାରା କୌଣସି ପ୍ରକାରର ଆତ୍ମା ପାଖକୁ ଆସନ୍ତି ନାହିଁ । ଏହାକୁ ଘରେ ରଖିବା ଦ୍ଵାରା ଘରେ କେବଳ ସକାରାତ୍ମକ ଶକ୍ତି ହିଁ ପ୍ରବେଶ କରନ୍ତି ।

ଘରର ପ୍ରଗତି ହୋଇଥାଏ

ଫେଙ୍ଗଶୁଈରେ ବଇଁଶି ବିଷୟରେ କୁହାଯାଇଛି କି ଘରେ ବଇଁଶି ରଖିବା ଦ୍ଵାରା ଘରେ ରହୁଥିବା ଲୋକମାନଙ୍କର ଜୀବନରେ ସବୁବେଳେ ପ୍ରଗତି ହୋଇଥାଏ ଓ ଘରର ଉନ୍ନତି ହୋଇଥାଏ ।

ମୁଣ୍ଡକୁ ଶାନ୍ତ କରିଥାଏ

ଯେଉଁ ଲୋକମାନେ ଅଧିକ ଚିନ୍ତିତ ରୁହନ୍ତି ତାଙ୍କ ପାଇଁ ବଇଁଶି ବହୁତ ଭଲ ହୋଇଥାଏ । ବଇଁଶି ର ସ୍ଵରକୁ ଶୁଣିବା ଦ୍ଵାରା କିମ୍ବା ତାହାକୁ ବଜାଇବା ଦ୍ଵାରା ମୁଣ୍ଡ ଶାନ୍ତ ରହିଥାଏ ।

ରୋଗଗୁଡିକୁ ଦୂର କରିଥାଏ

ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଆପଣଙ୍କୁ ହଳଦିଆ ରଙ୍ଗର ବଇଁଶି କିଣି ସେହି ବଇଁଶି କୁ ପୂଜା କରନ୍ତୁ ଏବଂ କିଛି ସମୟ ପରେ ଏହାକୁ ନିଜର ଶୋଇବା ଘରେ ଆଣି ରଖିଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ରୋଗ ଭଲ ହୋଇଯିବ ।

କୃଷ୍ଣ ଭଗବାନଙ୍କର କୃପା ରହିଥାଏ

ଯଦି ଆପଣ ନିଜ ଘରର ମନ୍ଦିରରେ କୃଷ୍ଣ ଭଗବାନଙ୍କ ସହିତ ବଇଁଶି ରଖୁଛନ୍ତି କିମ୍ବା ନିଜର ଦୋକାନର ଛାତ ଉପରେ ଦୁଇଟି ବଇଁଶି କୁ ରଖୁଛନ୍ତି, ତେବେ ଏହାର ଲାଭ ଆପଣଙ୍କୁ ନିଶ୍ଚିତ ମିଳିଥାଏ । ଏହା କରିବା ଦ୍ଵାରା ଆପଣଙ୍କର ଉନ୍ନତି ଏବଂ ସମୃଦ୍ଧି ହୋଇଥାଏ ।

କରନ୍ତୁ ସବୁ କାମନାକୁ ପୁରା

ଯଦି ଆପଣଙ୍କର କୌଣସି ଇଚ୍ଛା ଓଏବଂ ଆପଣ ତାହାକୁ ପୂରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଗୋଟିଏ ବଇଁଶି କୁ ଧରି ନିଜର ଇଚ୍ଛା କୁ ମନରେ କହିଦିଅନ୍ତୁ ଏବଂ ସେହି ବଇଁଶି କୁ ମୟୁର ପୁଚ୍ଛ ସହିତ ନିଜ ମନ୍ଦିରରେ ରଖିଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଇଚ୍ଛା ପୂରଣ ହୋଇଯିବ ।

ବଇଁଶି ର ପ୍ରୟୋଗ ବହୁତ ସମ୍ଭାଳି କି କରିବା ଦରକାର ଏବଂ କେବେ ବି ଘରେ ଭଙ୍ଗା ବଇଁଶି ରଖିବା ଉଚିତ ନୁହେଁ, କାରଣ ଏହା ଅଶୁଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button