ବ୍ୟବସାୟ

ଭାରତୀୟ ବଜାରକୁ ଆସିଲା ଗୁଗୁଲର ପ୍ରଥମ ସ୍ମାର୍ଟଓ୍ବାଚ୍, ଜାଣନ୍ତୁ ଏହାର ମୂଲ୍ୟ – Utkal Mail


ନୂଆଦିଲ୍ଲୀ: ଗୁଗଲ ପକ୍ଷରୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି ନିଜର ପ୍ରଥମ ସ୍ମାର୍ଟଓ୍ବାଚ୍ ପିକ୍ସେଲ ୱାଚ୍-୨ । ଏହି ସ୍ମାର୍ଟୱାଚ୍ ରେ ମିଳିବ ୨୪ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ । ପିକ୍ସେଲ ୱାଚ୍ ୨ରେ ଏକ ଷ୍ଟ୍ରେସ୍ କାଉଣ୍ଟ ଫିଚର ରହିଛି, ଯାହା ଏହି ସ୍ମାର୍ଟୱାଚ୍କୁ ବଜାରର ଅନ୍ୟ ସ୍ମାର୍ଟୱାଚ୍ ଠାରୁ ଭିନ୍ନ କରିଥାଏ। ଏହା ସହ ଆପଣ ପିକ୍ସେଲ ୱାଚ୍ ୨ ଜରିଆରେ ନିଜର ଫିଜିକାଲ ଫିଟନେସ କୁ ଟ୍ରାକ୍ କରିପାରିବେ ।

ପିକ୍ସେଲ ୱାଚ୍ ୨ରେ ଏକ ଫିଟ୍ବିଟ୍ ଆପ୍ ମଧ୍ୟ ରହିଛି ଯାହା ଆପଣଙ୍କ ଦୈନିକ ଷ୍ଟେପ୍ କାଉଣ୍ଟ୍, କ୍ୟାଲୋରି ବର୍ନକୁ ଗଣନା କରିବ, ଏହି ଆପରେ ଆପଣଙ୍କୁ ଫିଟନେସ୍ ଟ୍ରେନରଙ୍କ ପରାମର୍ଶ ମଧ୍ୟ ମିଳିବ। ଏହା ସହିତ ପିକ୍ସେଲ ୱାଚ୍ ୨ ରେ ପର୍ସନାଲ ଏଆଇ ଆସିଷ୍ଟାନ୍ସ ମଧ୍ୟ ମିଳିବ ।

ଗୁଗୁଲ ପିକ୍ସେଲ ୱାଚ୍ ୨ ର ମୂଲ୍ୟ ୩୪୯ ଡଲାର ରହିବ ବୋଲି ଜଣାପଡ଼ିଛି । ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ, ଏହି ଘଣ୍ଟାର ମୂଲ୍ୟ ପାଖାପାଖି ୨୯୦୬୯ ଟଙ୍କା ହେବ। ଆପଣ ଗୁଗଲର ଅଫିସିଆଲ ସାଇଟରୁ ପିକ୍ସେଲ ୱାଚ୍ ୨ କିଣିପାରିବେ । ଏହା ସହ ଭାରତରେ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରୁ ଏହାକୁ କିଣାଯାଇପାରିବ । ଏହି ସ୍ମାର୍ଟଓ୍ବାଚ୍ ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି ।




Related Articles

Leave a Reply

Your email address will not be published. Required fields are marked *

Back to top button