ଜୀବନଶୈଳୀ

ନବଜାତକଙ୍କୁ ଶୁଆଇବା ବେଳେ ସମସ୍ୟା ହେଉଥିଲେ ଥରେ ଏହି ଉପାୟ ନିଶ୍ଚୟ ଆପଣାନ୍ତୁ

ପିଲାଟିଏ ଜନ୍ମ ହେବା ପରେ ମା’ର ଦାୟିତ୍ୱ ଦ୍ୱିଗୁଣିତ ହୋଇଯାଏ। ନବଜାତକର ସ୍ୱତନ୍ତ୍ର ଭାବେ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ନଚେତ୍‌ ଛୋଟ ଛୋଟ କାରଣରୁ ଶିଶୁ ବିରକ୍ତ ହୋଇଯାଏ ଓ କାନ୍ଦିବାକୁ ଲାଗିଥାଏ। ଘରେ ଯଦି କେହି ବୟସ୍କ ଲୋକ ନଥାନ୍ତି ତେବେ ଏକୁଟିଆ ମା’କୁ ହିଁ ଛୁଆର ଧ୍ୟାନ ରଖିବାକୁ ପଡ଼ିଥାଏ। ବେଳେବେଳେ ଛୁଆମାନେ ନିଦ ଆସୁଥିଲେ ମଧ୍ୟ ନ ଶୋଇ ଖେଳୁଥାନ୍ତି। ଏହି ସମସ୍ୟା ପ୍ରଥମ ଥର ପାଇଁ ମାତାପିତା ହୋଇଥିବା ବ୍ୟକ୍ତିଙ୍କ ଠାରେ ଅଧିକ ଦେଖାଦିଏ। ଯଦି ଆପଣ ବି ନୂଆ ନୂଆ ମା’ହୋଇଛନ୍ତି ତେବେ ଆମେ ଆପଣଙ୍କୁ କେତେକ ସହଜ ଉପାୟ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ପିଲାଙ୍କୁ ଶୁଆଇବାରେ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ସେ ବିଷୟରେ…

ଗାଧୋଇବା ପରେ ଶୁଆନ୍ତୁ:

 

କୁନି ପିଲାଙ୍କୁ ସବୁବେଳେ ହାଲ୍‌କା ଉଷୁମ ପାଣିରେ ଗାଧୋଇଦେବା ଉଚିତ। ଗାଧୋଇବା ପୂର୍ବରୁ ପିଲାଙ୍କୁ ମାଲିସ କରିବା ନିହାତି ଆବଶ୍ୟକ। ଏଭଳି କରିବା ଦ୍ୱାରା ହାଡ଼ ଶକ୍ତ ହେବା ସହ ଶିଶୁକୁ ରିଲାକ୍ସ ମଧ୍ୟ ଲାଗେ ଓ ସେ ଶୀଘ୍ର ଶୋଇପଡ଼େ। ଗାଧୋଇବା ବେଳେ ପିଲାଙ୍କୁ ଖେଳନା ଦିଅନ୍ତୁ ନାହିଁ। ନହେଲେ ଶୋଇବା ପରିବର୍ତ୍ତେ ସେ ଖେଳିବାରେ ଲାଗିଯିବେ।

ଶୁଆଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ:

ଶୋଇବା ସମୟକୁ ବାରମ୍ବାର ବଦଳାଇବା ଦ୍ୱାରା ମଧ୍ୟ ପିଲାମାନେ ଶୁଅନ୍ତି ନାହିଁ। ଏଣୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ବାଛନ୍ତୁ ଓ ସବୁକାମ ଛାଡ଼ି ପ୍ରତିଦିନ ସେହି ସମୟରେ ହିଁ ପିଲାଙ୍କୁ ଶୁଆନ୍ତୁ।

ପେଟପୂରା ଖୁଆଇ ସାରିବା ପରେ ଶୁଆନ୍ତୁ:

ଶିଶୁକୁ ପେଟପୂରା ଖାଇବାକୁ ଦେବା ପରେ ହିଁ ଶୁଆନ୍ତୁ। କାରଣ ଅଧାପେଟ ରହିଲେ ଭଲ ନିଦ ହେବନି ଓ ଛୁଆ ଚିଡ଼୍‍ଚିଡ଼ ହୋଇ ଶୋଇଥିଲେ ମଧ୍ୟ ଉଠିପଡ଼ିବ। ଏଣୁ ଛୁଆକୁ ସ୍ତନ୍ୟପାନ କରାଇବା ପରେ ହିଁ ଶୁଆନ୍ତୁ।

ଛୁଆର ବିଛଣାରେ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ:

ନବଜାତକକୁୁ ଯଦି ଅଲଗା ବିଛଣାରେ ଶୁଆଉଛନ୍ତି ତେବେ ପରଫ୍ୟୁମ୍‌ ଆଦୌ ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ୱାରା ଆଲର୍ଜି ହେବା ସମ୍ଭାବନା ରହିଛି। ଯଦି ଆବଶ୍ୟକ ପଡ଼େ ତେବେ ଛଅ ମାସରୁ ବଡ଼ ଶିଶୁଙ୍କ ବିଛଣାରେ କିଛି ଲାଭେଣ୍ଡର ଅଏଲ ଛିଞ୍ଚିପାରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button