ଓଡିଶାରାଜନୀତି

ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାରକୁ ନେଇ ଉଠିଲା ପ୍ରଶ୍ନ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକରେ ସରକାରୀ କର୍ମଚାରୀମାନେ ଖୋଲାଖୋଲି ଆଇନ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି । ଗତକାଲି ଖପ୍ରାଖୋଲ ବ୍ଲକର ଓଡ଼ିଆପାଲି ପଞ୍ଚାୟତରେ ନୂତନ କରି ହୋଇଥିବା ମିଶନ ଶକ୍ତି ଗୃହକୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଦଳୀୟ କର୍ମୀଙ୍କ ଗହଣରେ ଯାଇ ବିଜେଡିର ଦଳୀୟ ପତାକା ଧରି ଉଦଘାଟନ କରିଥିଲେ । ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାବେଳେ ଶ୍ରୀ ମେହେର କିଭଳି ଭାବରେ ଦଳୀୟ ପତାକା ଧରି ଉଦଘାଟନ ଉତ୍ସବରେ ନିଜକୁ ସାମିଲ କଲେ ତାହା ନେଇ ପ୍ରଶ୍ନ ଉଠିଛି । ଏହି ଦଳୀୟ କାର୍ଯ୍ୟରେ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ବ୍ଲକର ବିଜେଡି ସଭାପତି ରମେଶ ପ୍ରଧାନ ଆସିଷ୍ଟାଣ୍ଡ ଇଞ୍ଜିନିୟର ମହେଶ ଅଗ୍ରୱାଲ ମଧ୍ୟ ସାମିଲ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button