ଜାଣନ୍ତୁ ଫଳ ଖାଇବାର ଉଚିତ ଉପାୟ ଏବଂ ସମୟ

ଫଳରେ ବହୁତ ପ୍ରକାରର ପୌଷ୍ଟିକ ତତ୍ତ୍ବ ରହିଥାଏ, ଯାହା ଶରୀରକୁ ମଜବୁତ ଏବଂ ସୁସ୍ଥ ରଖିଥାଏ। କିନ୍ତୁ ଅନ୍ୟ ଖାଦ୍ୟ ପଦାର୍ଥ ଭଳି ଫଳର ମଧ୍ୟ ପୂରା ଲାଭ ପାଇଁ ତାହାକୁ ଠିକ ସମୟରେ ଖାଇବା ବହୁତ ଆବଶ୍ୟକ। କିନ୍ତୁ କଣ ଆପଣ ଜାଣନ୍ତି କେଉଁ ଫଳ କେତେବେଳେ ଖାଇବା ଏବଂ ଏହାକୁ ଖାଇବାର ଉଚିତ ସମୟ କଣ ଅଟେ।
ଫଳକୁ କେତେବେଳେ ଏବଂ କେମିତି ଖାଇବେ
ସ୍ବାସ୍ଥ୍ୟ ପାଇଁ ଫଳକୁ ସର୍ବଉତ୍ତମ ଆହାର ବୋଲି ଧରାଯାଏ। ସବୁ ଫଳରେ ପ୍ରୋଟୀନ, ଭିଟାମିନ, ଆଣ୍ଟିଆକ୍ସିଡେଣ୍ଟ, ଫାଇବର ଭଳି ପୋଷକ ତତ୍ତ୍ବ ମିଳିଥାଏ। ଏଥିପାଇଁ ଶରୀରକୁ ପୋଷଣ ଦେବା ପାଇଁ ଆପଣଙ୍କୁ ଆପଣଙ୍କର ନିୟମିତ ଆହାରରେ ଫଳକୁ ସାମିଲ କରିବା ଆବଶ୍ୟକ। କିନ୍ତୁ ଅଧିକାଂଶ ଲୋକ ମାନଙ୍କୁ ଫଳ ଖାଇବାର ଉଚିତ ସମୟ ଜଣାନାହିଁ। ପ୍ରାୟ ଲୋକ ଖାଦ୍ୟ ଖାଇବାର ତୁରନ୍ତ ପରେ ମିଠା ଭାବରେ ଏହାର ସେବନ କରିବା ପସନ୍ଦ କରନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ଆଟେ। ଫଳକୁ ଭୁଲ ସମୟରେ ଖାଇଳେ ହେବାକୁ ଥିବା ଲାଭ ବଦଳରେ ଶରୀରରେ ଅପଚ,ଏସିଡିଟୀ ଏବଂ କବ୍ଜ ଭଳି ପେଟ ସମସ୍ୟା ହେବାକୁ ଲାଗିଥାଏ। ଏଥିପାଇଁ ଫଳକୁ ଠିକ ସମୟରେ ଖାଇବା ଆବଶ୍ୟକ।
ସେଓ
ସେଓରେ ବହୁତ ଅଧିକ ପୌଷ୍ଟିକ ତତ୍ତ୍ବ ରହିଥାଏ। ମିନେରାଲ ଏବଂ ଭିଟାମିନରେ ଭରପୂର ଥିବା ସେଓରେ ଫାଇବରର ମାତ୍ରା ମଧ୍ୟ ଅଧିକ ହୋଇଥାଏ ଏବଂ କୋଲେଷ୍ଟ୍ରଲ ଆଦୌ ହୋଇନଥାଏ। ସେଓକୁ ଚୋପା ଛଡାଇ ଖାଇବା ଉଚିତ ନୁହେଁ। ସେଓର ଚୋପା ଛଡାଇ ଖାଇଲେ ସେଓ ଚୋପାରେ ଥିବା ଭିଟାମିନ ସି ବହୁତ ମାତ୍ରାରେ ନଷ୍ଟ ହୋଇଯାଇଥାଏ। ଏହାଛଡା ସେଓକୁ ସକାଳ ସମୟରେ ଖାଇବା ଆବଶ୍ୟକ। ସେଓକୁ ଯଦି ଖାଲି ପେଟରେ ଖିଆଯାଏ ତେବେ ଆପଣଙ୍କ ଶରୀରର ଟକ୍ସିକ ବା ଆର୍ବଜନା ସହଜରେ ବାହାରକୁ ବାହାରିଯାଏ। ଶକ୍ତି ଅଧିକ ମିଳିଥାଏ, ଶରୀର ମଧ୍ୟ ପତଳା ହୋଇଯାଏ ତଥା ଫୂର୍ତ୍ତି ରହିଥାଏ।
କମଳା
ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ମିଳିଥାଏ। ଏହାଛଡା କମଳାରେ ଭିଟାମିନ ଏ, ବି କମ୍ପଲେକ୍ସ, ଆମିନୋ ଏସିଡ, କ୍ୟାଲସିୟମ, ଆୟୋଡିନ, ଫସଫରସ, ସୋଡିୟମ ଭଳି ପୋଷକ ତତ୍ତ୍ବ ମଧ୍ୟ ରହିଛି। କିନ୍ତୁ କମଳାକୁ ସକାଳ ଏବଂ ରାତିରେ ଖାଇବା ଉଚିତ ନୁହେଁ। କମଳାକୁ ସବୁବେଳେ ଦିନ ସମୟରେ ଖାଆନ୍ତୁ। ଏହା ସହିତ ଏହା ଧ୍ୟାନ ରଖନ୍ତୁ ଯେ ଏହାକୁ ଖାଦ୍ୟ ଖାଇବାର ଗୋଟେ ଘଣ୍ଟା ପୂର୍ବରୁ ବା ପରେ ଖାଇବା ଆବଶ୍ୟକ। ଏହାକୁ ଖାଦ୍ୟର ପୂର୍ବରୁ ଖାଇଲେ ଭୋକ ଲାଗିଥାଏ ଏବଂ ପରେ ଖାଇଲେ ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରିଥାଏ। କମଳା ଏକ ମିଠା ଔେଷଧ ଭଳି କାମ କରିଥାଏ। ପ୍ରତିଦିନ ଦୁଇଟି କମଳା ଖାଇଲେ ଜ୍ବର, କୋଲେଷ୍ଟ୍ରଲ, କିଡନୀରେ ପଥର ଏବଂ କର୍କଟ ଭଳି ରୋଗରୁ ରକ୍ଷା ମିଳିଥାଏ।
ଅଙ୍ଗୂର
ଅଙ୍ଗୂର କିମ୍ବା ଏହାର ଜୁସ ଶରୀରରେ ପାଣିର ମାତ୍ରାକୁ ତାଜା ରଖିବାରେ ସାହାଯ୍ୟ କରିଥାଏ। ଅଙ୍ଗୂର ଖାଇବା ପରେ ଆପଣଙ୍କୁ ତୁରନ୍ତ ଫୂର୍ତ୍ତି ଅନୁଭବ ହୋଇଥାଏ। ଭିଟାମିନର ସେବନ କରିବା ଖାଲି ପେଟରେ ଅଧିକ ଲାଭଦାୟକ ହୋଇଥାଏ। ଏଥିପାଇଁ ଅଙ୍ଗୂରକୁ ସକାଳ ସମୟରେ ଖାଇବା ଉଚିତ ଅଟେ। ଏହାଛଡା ଏହାକୁ ଖରାରେ ବାହାରକୁ ବାହାରିବା ପୂର୍ବରୁ ବା ଆସିବା ପରେ ଖାଇବା ଉଚିତ। କିନ୍ତୁ ଖାଦ୍ୟ ଖାଇବାର କିଛି ସମୟ ବ୍ୟବଧାନରେ ଏହାକୁ ଖାଇବା ଉଚିତ।
କଦଳୀ
ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ ଗୋଟିଏ ଲେଖାଏଁ କଦଳୀ ଖାଇବା ଆବଶ୍ୟକ। କଦଳୀରେ ପ୍ରଚୁର ପରିମାଣରେ ଫାଇବର, ପୋଟାସିୟମ, କ୍ୟାଲସିୟମ ଏବଂ ଭିଟାମିନ ସି ରହିଥାଏ, ଯେଉଁ କାରଣରୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ବାରା କୋଲେଷ୍ଟ୍ରଲର ସ୍ତର ନିୟନ୍ତ୍ରଣରେ ରହିଥାଏ। କଦଳୀରେ ଭିଟାମିନ, ପ୍ରୋଟୀନ ଏବଂ ଅନ୍ୟ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିତରାଏ, ଯେଉଁ କାରଣରୁ ବହୁତ ସ୍ବାସ୍ଥ୍ୟ ଲାଭ ହୋଇଥାଏ।
ମୋସଂବୀ
ଭିଟାମିନ ସିରେ ଭରପୂର ଥିବା ଏହି ଫଳକୁ ପ୍ରାୟ ସମସ୍ତେ ଜାଣିଛନ୍ତି। ମୋସଂବୀ ଏମିତି ଏକ ଫଳ ଯାହାକୁ ଖାଇଲେ ସହଜରେ ଖାଦ୍ୟକୁ ହଜମ କରାଇଥାଏ। ଏଥିପାଇଁ ରୋଗୀଙ୍କୁ ଏହାକୁ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। ସବୁଜ ଏବଂ ହଳଦିଆ ରଙ୍ଗର ମୋସଂବୀ ଦେଖିବାକୁ କମଳା ଭଳି ଲାଗିଥାଏ। କ୍ୟାଲସୀୟମ, ଫସଫରସ ଆସି ତତ୍ତ୍ବରେ ଭରପୂର ମୋସଂବୀ ବହୁତ ଗୁଣକାରୀ ଏବଂ ହିତକାରୀ ଅଟେ। ମୋସଂବୀର ସେବନ ଦ୍ବିପ୍ରହରରେ କରିବା ଉଚିତ। ବାହାରକୁ ବାହାରିବା ପୂର୍ବରୁ ଏବଂ ପରେ ଏହାର ଜୁସ୍ ଶରୀର ପାଇଁ ବହୁ ଲାଭକାରୀ ହୋଇଥାଏ। ଏହାର ସେବନ କରିବା ଦ୍ବାରା ଶରୀରରେ ଜଳୀୟ ଅଂଶର ମାତ୍ରା କମ୍ ହୋଇନଥାଏ।
ପଇଡ
ପଇଡରେ ଭିଟାମିନ, ପୋଟାସିୟମ, ଫାଇବର, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଖଣିଜ ତତ୍ତ୍ବ ପ୍ରଚୁର ମାତ୍ରାରେ ମିଳିଥାଏ। ପଇଡ ବହୁ ରୋଗର ଚିକିତ୍ସାରେ କାମରେ ଆସିଥାଏ। ପଇଡ ପାଣି ପିଇବା ଦ୍ବାରା କୋଲେଷ୍ଟ୍ରଲ ହୋଇନଥାଏ। ଏଥିପାଇଁ ପଇଡ ପାଣି ମୋଟାପଣରୁ ମଧ୍ୟ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ପଇଡ ପାଣିକୁ ସବୁ ସମୟରେ ପିଇ ପାରିବେ। ଏହାକୁ ପେଟ ସମ୍ବଦ୍ଧୀୟ ସମସ୍ୟା, ଏସିଡିଟୀର ସମସ୍ୟା ଥାଏ, ତାଙ୍କ ପାଇଁ ଏହା ବହୁତ ଲାଭଦାୟକ ଅଟେ। ପଇଡ ପାଣିକୁ ଖାଳି ପେଟରେ ପିଅନ୍ତୁ ନାହିଁ।
ତରଭୂଜ
ଶୋଷ ମିଟାଇବାରେ ଏହା ବହୁତ ସାହାଯ୍ୟକାରୀ ଅଟେ। ଏହି ଫଳରେ ୯୨ ପ୍ରତିଶତ ପାଣି ଏବଂ ପ୍ରତିରୋଦ୍ଦୀ ତନ୍ତ୍ର ପାଇଁ ଭଲ ହୋଇଥାଏ। ଥଣ୍ଡା ତରଭୂଜର ସ୍ବାଦ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ। ତରଭୂଜ ଖାଇବାର ଗୋଟିଏ ଘଣ୍ଟା ପର୍ୟ୍ୟନ୍ତ ପାଣି ପିଅନ୍ତୁ ନାହିଁ, ନଚେତ ଳାଭ ବଦଳରେ ଶରୀରକୁ କ୍ଷତି ପହଁଚିପାରେ। ତରଭୂଜକୁ ସବୁବେଳେ ସତେଜ ଖାଆନ୍ତୁ ନଚେତ କ୍ଷତି ପହଁଚିପାରେ।
ଆମ୍ବ
ଆମ୍ବକୁ ଫଳର ରାଜା ବୋଲି କୁହାଯାଏ। ଆମ୍ବରେ କୋଲେଷ୍ଟ୍ରଲ ଏବଂ ସୋଡିୟମର ମାତ୍ରା ବହୁତ କମ ରହିଥାଏ। ଏହା ସହିତ ଏହା ଆହାର ସମ୍ବଦ୍ଧୀୟ ଫାଇବର, ଭିଟାମିନ ବି୬, ଭିଟାମିନ ଏ ଏବଂ ଭିଟାମିନ ସି ମଧ୍ୟ ମିଳିଥାଏ। ଆମ୍ବରେ ଅନେକ ସ୍ବାସ୍ଥ୍ୟଗତ ଫାଇଦା ଥାଏ। କିନ୍ତୁ ଏହା ଧ୍ୟାନ ରଖନ୍ତୁ ଯେ ଆମ୍ବ ସାଧାରଣତଃ ଗରମ ଜାତୀୟ ଅଟେ। ଏହାକୁ କ୍ଷୀର ସହିତ ପିଇବା ଉଚିତ ନୁହେଁ। ଯଦି ଏହାର ସେକ ପ୍ରସ୍ତୁତ କରୁଛନ୍ତି ତେବେ ଆମ୍ବ ସହିତ ଚିନି ଏବଂ ଅଳ୍ପ କ୍ଷୀର ମିଶାଇ ପିଇବା ଲାଭଦାୟକ ହୋଇଥାଏ।



