ଜୀବନଶୈଳୀ

ଆପଣ ଜାଣିଛନ୍ତି କି, ଦୈନିକ ୩୦ ମିନିଟ ସାଇକେଲ ଚାଳନା ରଖିବ ଅନେକ ରୋଗରୁ ଦୂର

ପ୍ରଦୂଷଣ ମୁକ୍ତ ଏବଂ ସୁସ୍ଥ ରହିବାର ସହଜ ଉପାୟ ହେଉଛି ସାଇକେଲ୍‌ ଚାଳନା । ସାଧାରଣତଃ ଲୋକ ଯାତାୟତ ପାଇଁ କାର କିମ୍ବା ବାଇକ୍‌ର ବ୍ୟବହାର କରିଥାନ୍ତି । ତେବେ ଏହା ଦ୍ୱାରା କାମ ଶୀଘ୍ର ହୋଇଥିଲେ ମଧ୍ୟ ଶରୀର ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଅନେକ ପ୍ରକାରର ରୋଗ ହୋଇଥାଏ। ଏଥିପାଇଁ ସାଧାରଣତଃ ସମସ୍ତେ ବ୍ୟାୟାମ୍‌ କରିବା ସହ ଜିମ୍‌ ବିଯାଇଥାନ୍ତି । ତେବେ ଯଦି ଦୈନିକ ଆପଣ କିଛି ବ୍ୟାୟାମ ନକରି କେବଳ ୩୦ ମିନିଟ ସାଇକେଲ ଚଳାଉଛନ୍ତି, ତେବେ ଆପଣ ସୁସ୍ଥ ରହିବା ସହ ଅନେକ ରୋଗ ବି ପାଖ ମାଡ଼ି ନ ଥାଏ। ଆସନ୍ତୁ ଜାଣିବା ସାଇକେଲ ଚଲାଇବା ଦ୍ୱାରା କେଉଁ ରୋଗ ପାଖମାଡ଼ି ନ ଥାଏ।

ହୃଦରୋଗ 
ସାଇକେଲ୍‌ ଚଲାଇବା ଏକ ପ୍ରକାର ଏରୋବିକ ବ୍ୟାୟାମ ଅଟେ । ଏହା ଦ୍ୱାରା ଦୃଦୟ ଜଡ଼ିତ ସମସ୍ୟାରୁ ରକ୍ଷା ମିଳିଥାଏ । ମସ୍ତିଷ୍କରେ ସିରୋଟୋନିନ୍‌ ଏବଂ ଡ଼େପୋମାଇନ୍‌ ନାମକ ରସାୟନ କ୍ଷରଣ ବୃଦ୍ଧି ହୋଇଥାଏ। ଏହା ଦ୍ୱାରା ମନରେ ଖୁସି ଏବଂ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ।

cycle

ଯୌବନ ବଜାୟ ରହିବ 
ସାଇକେଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ନିଶ୍ୱାସ ପ୍ରଶ୍ୱାସ ନେଉଥିବା କାରଣରୁ ତ୍ୱଚାରେ ଅକ୍ସିଜେନର ପରିମାଣ ଭରପୁର ରହିଥାଏ। ଯାହା ଦ୍ୱାରା ଅଧିକ ଦିନ ପର୍ଯ୍ୟନ୍ତ ତ୍ୱଚାରେ ଯୈାବନ ରହିବ। ଏହା ଛଡ଼ା ସାଇକେଲିଂ ଦ୍ୱାରା ଭଲ ଭାବେ ବ୍ୟାୟାମ ହୋଇଥାଏ, ଯାହା ଦ୍ୱାରା ମାଂସପେଶୀ ଏବଂ ହାଡ଼ ଶକ୍ତ ରହିଥାଏ ।

ମଧୁମେହ 
ମଧୁମେହ ରୋଗୀଙ୍କୁ ଦୈନିକ ସାଇକେଲ ଚଲାଇବା ବହୁ ଲାଭଦାୟକ ହୋଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ମଧୁମେହ ରୋଗୀ ସାଇକେଲ ଚଳାଇବା ପୂର୍ବରୁ ପ୍ରଚୁର ପରିମାଣର ପାଣି ପିଅନ୍ତୁ । ସୂଚନାଯୋଗ୍ୟ ଯଦି ଟାଇପ-୧ ମଧୁମେହ ରୋଗୀ ଏକ ଘଣ୍ଟାରୁ ଅଧିକ ସମୟ ସାଇକେଲ ଚଲାଉଛନ୍ତି ତେବେ ଏହା ପରେ କାର୍ବୋହାଇଡ଼୍ରେଡ଼ ଯୁକ୍ତ ଖାଦ୍ୟ ନିଶ୍ଚିତ ଭାବେ ଖାଆନ୍ତୁ ।

cycling

ମେଦ ହ୍ରାସ ହୋଇଥାଏ
ମେଦ ହ୍ରାସ କରିବା ପାଇଁ ବର୍ତ୍ତମାନ ଅନେକ ଲୋକ ଯାଇ ଜିମ୍‌ରେ ବହୁ ଘଣ୍ଟା ବିତାଇଥାନ୍ତି । ତେବେ ଅପଣ ଜିମ୍‌ ପରିବର୍ତ୍ତେ ଖାଲି ସାଇକେଲିଂ ଦ୍ୱାରା ବହୁ ପରିମାଣର ମେଦ ହ୍ରାସ କରିପାରିବେ । ମେଦ ବହୁଳତା ନେଇ ଚିନ୍ତିତ ଥିବା ବ୍ୟକ୍ତି ଦୈନିକ ୩୦ ମିନିଟ ସାଇକେଲ ଚଲାନ୍ତୁ । ଏହା ଦ୍ୱାରା କ୍ୟାଲୋରି ତରଳିବା ସହ ମେଦ ହ୍ରାସ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button