ଦେଶ ବିଦେଶ

୨ ଲକ୍ଷ ଟଙ୍କା ଜିତିବାକୁ ଅଫିସ୍‌ ପାର୍ଟିରେ ୧ ଲିଟର୍‌ ମଦ ପିଇ ପ୍ରାଣ ହରାଇଲେ କର୍ମଚାରୀ – Utkal Mail


ନୂଆଦିଲ୍ଲୀ: ମଦ୍ୟପାନ ପ୍ରତିଯୋଗିତାରେ ୨୦,୦୦୦ ‘ୟୁୟାନ୍‌’ (୨,୨୮,୫୦୬ ଟଙ୍କା) ଜିଣିବା ଲାଗି ଚୀନ୍‌ର ଜଣେ ବ୍ୟକ୍ତି ମାତ୍ର ୧୦ ମିନିଟ୍‌ରେ ୧ ଲିଟର୍‌ ମଦ ପିଇ ପ୍ରାଣ ହରାଇଥିବା କଥା ‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ଘଟଣାଟି ଗତ ଜୁଲାଇ ମାସରେ ଘଟିଛି। ସେ ମାସରେ ଜାଙ୍ଗ୍‌ ନାମକ ସେ ବ୍ୟକ୍ତିଙ୍କ ‘ବସ୍‌’ ୟାଙ୍ଗ୍‌ ‘ଟିମ୍‌-ବିଲ୍‌ଡିଙ୍ଗ୍‌ ଡିନର୍‌’ ଅବସରରେ ମଦ୍ୟପାନ ପ୍ରତିଯୋଗିତା ଆୟୋଜନ କରିଥିଲେ। ମଦ୍ୟପାନରେ ଜାଙ୍ଗ୍‌ଙ୍କୁ ଯେ, ଟପିଯିବ ତାଙ୍କୁ ୨୦,୦୦୦ ‘ୟୁୟାନ୍‌’ ପୁରସ୍କାର ମିଳିବ ବୋଲି ୟାଙ୍ଗ୍‌ ଘୋଷଣା କରିଥିଲେ।

ଜାଙ୍ଗ୍‌ଙ୍କର ଜଣେ ସହକର୍ମୀ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଥମେ ୟାଙ୍ଗ୍‌ ପ୍ରକାଶ୍ୟରେ ଘୋଷଣା କଲେ, ଜାଙ୍ଗ୍‌ଙ୍କ ଠାରୁ ଯିଏ ଅଧିକ ମଦ୍ୟପାନ କରିବ ତାଙ୍କୁ ୫,୦୦୦ ‘ୟୁୟାନ୍‌’ ମିଳିବ (୫୭,୮୯୫ ଟଙ୍କା)। କିନ୍ତୁ, କାହାରିଠାରୁ ପ୍ରତ୍ୟୁତ୍ତର ନ ପାଇ ସେ ପୁରସ୍କାର ଅର୍ଥରାଶି ୧୦,୦୦୦ ‘ୟୁୟାନ୍‌’କୁ ବୃଦ୍ଧି କଲେ।

Image Courtesy of South China Morning Post

ତା’ପରେ ଜାଙ୍ଗ୍‌ ପିଇବେ ବ‌ୋଲି ରାଜି ହୋଇ ବାଜି ଲାଗୁ ବୋଲି କ‌ହିଲେ। ‘ବସ୍‌’ ୟାଙ୍ଗ୍‌ କହିଲେ, ଯଦି ଜାଙ୍ଗ୍‌ ବିଜୟୀ ହୁଅନ୍ତି ତେବେ ତାଙ୍କୁ ୨୦,୦୦୦ ‘ୟୁୟାନ୍‌’ ପୁରସ୍କାର ମିଳିବ। ଯଦି ଜାଙ୍ଗ୍‌ ହାରନ୍ତି ତେବେ ସମ୍ପୂର୍ଣ୍ଣ କମ୍ପାନିର ଅପରାହ୍ଣ ଚା ବାବଦକୁ ୧୦,୦୦୦ ‘ୟୁୟାନ୍‌’ ଦେବେ।

ତା’ପରେ ନିଜ ଡ୍ରାଇଭର୍‌ ସମେତ ଜାଙ୍ଗ୍‌ଙ୍କ ସହିତ ମଦ୍ୟପାନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନ୍ୟ କେତେ ଜଣ କର୍ମଚାରୀଙ୍କୁ ବାଛିଲେ। ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ କହିଛନ୍ତି, ମାତ୍ର ୧୦ ମିନିଟ୍‌ ଭିତରେ ଜାଙ୍ଗ୍‌ ‘ଷ୍ଟ୍ରଙ୍ଗ୍‌ ଚାଇନା ବାଇଜୁ ସ୍ପିରିଟ୍‌’ ପିଇ ଦେଲେ।

ପରେ ପରେ ସେ ହଠାତ୍‌ ଟଳି ପଡ଼ିଲେ। ତାଙ୍କୁ ତୁରନ୍ତ ଶେନ୍‌ଜେନ୍‌ ଜୁନ୍‌ଲଙ୍ଗ୍‌ ହସ୍ପିଟାଲ୍‌କୁ ନିଆଗଲା। ପରୀକ୍ଷା ପରେ ଜଣାଗଲା ତାଙ୍କ ଦେହରେ ମଦ ବିଷକ୍ରିୟା ଘଟିଛି। ଡାକ୍ତରଙ୍କର ଶତଚେଷ୍ଟା ସତ୍ତ୍ବେ ଜାଙ୍ଗ୍‌ଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ସୂଚନାଯୋଗ୍ୟ, ତାଙ୍କର ‘ନିମୋନିଆ’ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ଅସୁବିଧା ବି ଥିଲା।

ଅଗଷ୍ଟ ୩ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଲା। ସମ୍ପ୍ରତି ପୁଲିସ ଘଟଣାର ତଦନ୍ତ କରୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button