ଜୀବନଶୈଳୀ

Vastu Shastra- ସ୍ଵାମୀ ଓ ସ୍ତ୍ରୀ କଳହ କରିବା ଭୁଲିଯିବେ ଥରେ ମାତ୍ର ଏହାକୁ ପଢନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବେଳେବେଳେ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ବିନା କିଛି କାରଣ ରେ ଯୁକ୍ତି ତର୍କ ଲାଗି ରହିଥାଏ ଏବଂ ଝଗଡ଼ା ହୋଇଥାଏ। ପରବର୍ତ୍ତୀ ସମୟରେ ସେହି ଝଗଡ଼ା ଏତେ ମାତ୍ରା ରେ ବଢ଼ିଯାଏ ଯେ, ସମସ୍ୟା ଜଟିଳ ହୋଇଯାଏ ଏବଂ ସମ୍ପର୍କ ରେ ବାଧା ବିଘ୍ନ ସୃଷ୍ଟି ହୁଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ୫ଟି ଉପାୟ ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଉଭୟଙ୍କ ମଧ୍ୟରେ କେବେବି କୌଣସି କଥା କୁ ନେଇ ମତଭେଦ ରହିବ ନାହିଁ ଅଥବା ଝଗଡ଼ା ହେବନାହିଁ ଏବଂ ଏହାସହିତ ଉଭୟଙ୍କ ସମ୍ପର୍କରେ ଭଲ ପାଇବା ର ମାତ୍ରା ବଢିଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଉପାୟଟି ହେଉଛି, ପ୍ରତ୍ୟେକ ପୂର୍ଣ୍ଣିମା ଦିନ ସକାଳୁ ଉଠି ସ୍ନାନ କରି ଘରର ମୁଖ୍ୟ ଦ୍ୱାର ଆଗରେ ଆମ୍ବ ପତ୍ରକୁ ମାଳ କରି ଟଙ୍ଗାନ୍ତୁ ଏବଂ ଦୁଇ ତିନି ଦିନ ପରେ ଏହି ପତ୍ର ଶୁଖିଗଲା ପରେ ତାକୁ ପାଣିରେ ଭସାଇ ଦିଅନ୍ତୁ।ବନ୍ଧୁଗଣ ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ସ୍ଥାପନ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇନଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଉପାୟଟି ହେଉଛି ପୂଜା କରି ସାରିଲା ପରେ ଘରର ପ୍ରତ୍ୟେକ ରୁମ ରେ ଶଙ୍ଖ ଫୁଂକନ୍ତୁ। ଏପରି କରିବା ଦ୍ୱାରା ଗୃହ ରେ ହେଉଥିବା କ୍ଳେଶ ର ମାତ୍ରା କମିଥାଏ ଏବଂ ସୁଖ ଶାନ୍ତି ସ୍ଥାପନ ହୋଇଥାଏ ଏବଂ ଗୃହ ରୋଗମୁକ୍ତ ରହିଥାଏ। ଏହାସହିତ ମାତା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି।

୩. ବନ୍ଧୁଗଣ ତୃତୀୟ ଉପାୟ ଟି ହେଉଛି ପ୍ରତ୍ୟେକ ପୂର୍ଣ୍ଣିମା ଦିନ ସକାଳୁ ସ୍ନାନ କରି ଘରର ମୁଖ୍ୟ ଦ୍ୱାର ରେ ଓଁ ଚିନ୍ହ କରନ୍ତୁ। ଏହା ଦ୍ଵାରା ଘର ର ବାତାବରଣ ଅତ୍ୟନ୍ତ ଭଲ ରହିଥାଏ ଏବଂ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ।

୪. ବନ୍ଧୁଗଣ ଚତୁର୍ଥ ଉପାୟ ଟି ହୋଇଛି ଘରେ ଲାଫିଙ୍ଗ ବୁଦ୍ଧ ରଖନ୍ତୁ ଏବଂ ଏପରି ରଖିବେ ଯେପରି ତାଙ୍କ ମୁହଁ ଘରର ମୁଖ୍ୟ ଦ୍ୱାର ଆଡ଼କୁ ହୋଇଥିବ। କିନ୍ତୁ ବନ୍ଧୁଗଣ ଏହା ଧ୍ୟାନ ରଖିବେ ଯେ, ଲାଫିଙ୍ଗ ବୁଦ୍ଧ ଉପହାର ସ୍ବରୂପ ରେ ଆପଣଂକୁ ଯେପରି ମିଳିନଥାଉ।

୫. ବନ୍ଧୁଗଣ ଘରେ ଥିବା ଅଦରକାରୀ ଜିନିଷ ଯେପରି ଭଙ୍ଗା କାଚ, ଭଙ୍ଗା ପ୍ଲାଷ୍ଟିକ ଜିନିଷ, ପୁରୁଣା ଲୁଗାପଟା,ପୁରୁଣା କାଗଜ ଆଦି ଘରେ ରଖନ୍ତୁ ନାହଁ। ଏହି ଜିନିଷ ଗୁଡ଼ିକୁ ଯଥାଶୀଘ୍ର ଘରୁ ବାହାର କରନ୍ତୁ। ଏହି ଜିନିଷ ଗୁଡ଼ିକ ଘରେ ରହିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ଯାହା ଫଳ ରେ ଘରେ କଳହ ସୃଷ୍ଟି ହୋଇଥାଏ।ତେଣୁ ଏହି ଜିନିଷ ଗୁଡ଼ିକୁ ଘରେ ରଖନ୍ତୁ ନାହିଁ।

ତେବେ ବନ୍ଧୁଗଣ ଏହି ୫ଟି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ସ୍ଥାପନ ହୋଇଥାଏ ଏବଂ ଘରେ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ଯାହା ଫଳରେ ସ୍ୱାମୀ ସ୍ତ୍ରୀ ପରସ୍ପରଙ୍କ ମଧ୍ୟରେ କେବେ ବି କଳହ ସୃଷ୍ଟି ହୋଇନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button