ଜୀବନଶୈଳୀ

ରିସର୍ଚ୍ଚରୁ ହେଲା ଖୁଲାସା: ଏତେ ସହଜରେ ହେବନି ମୃତ୍ୟୁ ଯଦି ଆପଣଙ୍କ ଘରେ ରହିଛି କୁକୁର

ଅଧିକାଂଶ ଲୋକମାନେ ଜାଣିଥାନ୍ତି କି କୁକୁର ଠାରୁ ଅଧିକ ବିଶ୍ୱସ୍ତ କେହି ନାହାନ୍ତି। କୁକୁର କେବଳ ବିଶ୍ୱସ୍ତ ନୁହେଁ ବରଂ ମରିଷର ସବୁଠାରୁ ଭଲ ସାଙ୍ଗ ମଧ୍ୟ। ଦିନକୁ ଦିନ କୁକୁର ସହ ମଣିଷର ମଧ୍ୟ ବନ୍ଧୁତା ବୃଦ୍ଧି ହେବାରେ ଲାଗିଛି। ଏହି କଥା ଆମେ ଆପଣମାନଙ୍କୁ କହିବାର ଅର୍ଥ ହେଉଛି ବର୍ତ୍ତମାନ ଯେଉଁମାନେ କୁକୁର ପାଳନ କରୁଛନ୍ତି ସେମାନଙ୍କପାଇଁ ଖୁସି ଖବର। ଏହି ଖବର ଶୁଣିବା ପରେ ଯେଉଁମାନେ ଘରେ କୁକୁର ପାଳନ କରୁନାହାଁନ୍ତି ସେମାନେ ମଧ୍ୟ ଆଜିଠାରୁ କୁକୁର ପାଳିବା ପାଇଁ ମଧ୍ୟ ନିଶ୍ଚିନ୍ତ ଚିନ୍ତା କରିବେ।

Getty‘ଆମେରିକାନ୍‌ ହାର୍ଟ ଏସୋସିଏସନ୍‌ ଜର୍ନଲ’ର ଏକ ରିସର୍ଚ୍ଚରୁ ସୂଚନା ମିଳିଛି କୁକୁର ପାଳନ କରୁଥିବା ଲୋକମାନେ, କୁକୁର ପାଳନ କରୁନଥିବା ଲୋକମାନଙ୍କ ଠାରୁ ଅଧିକ ବିଜୟ ଲାଭ କରିଥାନ୍ତି। ରିସର୍ଚ୍ଚ ଅନୁଯାୟୀ କୁକୁର ପାଳିବା ସେହି ଲୋକମାନଙ୍କ ପାଇଁ ସହଜ ହୋଇଥାଏ, ଯେଉଁମାନେ ହାର୍ଟଆଟାକ୍‌ କିମ୍ବା ହାର୍ଟଷ୍ଟ୍ରୋକ୍‌ ଭଳି ରୋଗର ସିକାର ହୋଇଛନ୍ତି। ଏହାବ୍ୟତୀତ ଯେଉଁ ଲୋକମାନେ ଏକୁଟିଆ ରହିଥାନ୍ତି ସେମାନଙ୍କ ପାଇଁ କୁକୁର ପାଳିବା ସବୁଠାରୁ ଅଧିକ ଲାଭ ହୋଇଥାଏ।

DoG-ହାର୍ଟଆଟାକ୍‌ ର ସିକାର ହୋଇଥିବା ଲୋକମାନଙ୍କୁ ନେଇ ଏହି ରିସର୍ଚ୍ଚର ଅଧ୍ୟୟନ କରାଯାଇଛି। ଏଥିରେ କୁକୁର ପାଳନ କରୁଥିବା ଏବଂ କୁକୁର ନ ପାଳୁଥିବା ଲୋକମାନଙ୍କୁ ସାମିଲ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ହାର୍ଟଆଟାକ୍‌ ସମସ୍ୟାରେ ପାଖାପାଖି ୧ଲକ୍ଷ ୮୨ହଜାର ଲୋକମାନଙ୍କ ମଧ୍ୟରୁ ପାଖାପାଖି ୬ ପ୍ରତିଶତ ଲୋକମାନଙ୍କ ପାଖରେ ପୋଷା କୁକୁର ରହିଥିଲା। ଷ୍ଟ୍ରୋକ୍‌ ର ସିକାର ହେବା ପରେ ପାଖାପାଖି ୧ଲକ୍ଷ ୫୫ହଜାର ଲୋକମାନଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକମାନେ କୁକୁର ପାଳିଥିଲେ।

‘ସ୍ୱିଡେସ ନ୍ୟାସନାଲ ହେଲ୍‌ଥ ଡାଟା’ ବ୍ୟବହାର କରି କୁକୁର ପାଳିବା ଏବଂ ନ ପାଳିବା ଲୋକମାନଙ୍କୁ ହାର୍ଟଆଟାକ୍‌ କିମ୍ବା ହାର୍ଟ ଷ୍ଟ୍ରୋକ୍‌ ପରେ ସ୍ୱାସ୍ଥ୍ୟର ତୁଳନା କରାଯାଇଥିଲା। ଏହି ତୁଳନା ଅନୁଯାୟୀ କୁକୁର ପାଳୁଥିବା ଲୋକମାନଙ୍କ ଅପେକ୍ଷା କୁକୁର ନ ପାଳୁଥିବା ଲୋକମାନଙ୍କ ହାର୍ଟଆଟାକ୍‌ ର ସଂଖ୍ୟା ଅଧିକ। ଏହାର କାଣର କୁକୁର ପାଳନ କରିବା ଦ୍ୱାରା ଶାରୀରିକ ଗତିବିଧି ବଢିଥାଏ ଏବଂ ଏକୁଟିଆ ରହିବା କମ ହୋଇଥାଏ। ଏହାବ୍ୟତୀତ ଘରେ କୁକୁର ରକିଥିବା ଲୋକମାନେ ଖୁବ୍‌ କମ ସମୟ ଏକୁଟିଆ ରହିଥାନ୍ତି। କେବଳ ଏତକିି ନୁହେଁ କୁକୁର ପାଳୁଥିବା ଲୋକମାନେ ଶାରୀରିକ ରୂପେ ମଧ୍ୟ ଅଧିକ ସକ୍ରିୟ ହୋଇଥାନ୍ତି। ସେମାନଙ୍କ ମାନସିକ ଶକ୍ତି ମଧ୍ୟ ଭଲ ରହିଥାଏ। ଏହି ସବୁ ଲକ୍ଷଣ ସୁସ୍ଥ ରହିବାର ସବୁଠାରୁ ବଡ କାରଣ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button