ବିଚାର

ଘର ତିଆରି କରିବାକୁ ଯାଉଛନ୍ତି କି? ତେବେ ଜାଣନ୍ତୁ କିପରି ରହିବ ରୋଷେଇ ଘର ଠାରୁ ଆରମ୍ଭ କରି ଶୌଚାଳୟର ସ୍ଥାନ

ବର୍ତ୍ତମାନ ସମୟରେ ଲୋକମାନେ ଘର କିଣିବା ସମୟରେ କିମ୍ବା ଘର ତିଆରି କରିବା ସମୟରେ ନିଜର ଛୋଟ ଛୋଟ ଆବଶ୍ୟକତା ଉପରେ ଧ୍ୟାନ ରଖିଥାନ୍ତି। ଯେପରି ଘର ରଙ୍ଗ କେଉଁ କଲର ହେବ ଏବଂ ଘର ଭିତର କିପରି ସଜା ହେବ ଏହି ସବୁ ଦିଗ ପ୍ରତି ଧ୍ୟାନ ରଖିଥାନ୍ତି। କିନ୍ତୁ ଘର କିଣିବା ଏବଂ ତିଆରି କରିବା ସମୟରେ ବାସ୍ତୁଶାସ୍ତ୍ର ନିୟମ ପାଳନ କରିବା ଉଚିତ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ଠିକ ହୋଇଥିଲେ ଘରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘର କିପରି ହେବା ଉଚିତ।

ଶୁଭ ଏବଂ ଅଶୁଭ ଦିଗ

ବାସ୍ତୁଶାସ୍ତ୍ର ଅନୁଯାୟୀ ସବୁଠାରୁ ଭଲ ଦିଗ ହେଉଛି ପୂର୍ବ, ଉତ୍ତର ଏବଂଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗ ହୋଇଥାଏ। କାରଣ ଆଗ୍ନେୟ ଏବଂ ଦକ୍ଷିଣ ଦିଗ ଅଶୁଭ ହୋଇଥାଏ।

vastu houseରୋଷେଇ ଘର

ଘର ମଧ୍ୟରେ ରୋଷେଇ ସ୍ଥାନ ଦକ୍ଷିଣ-ପୂର୍ବ ଦିଗରେ ହେବା ଉଚିତ। ଦକ୍ଷିଣ-ପୂର୍ବ ଦିଗରେ ଅଗ୍ନି ରହିଥାନ୍ତି। ଏହି ଦିଗରେ ରୋଷେଇ ଘର ରହିଲେ ଘରର ପ୍ରତ୍ୟେକ ସଦସ୍ୟଙ୍କର ଶରୀର ସୁସ୍ଥ ରହିଥାଏ। ଏହା ବ୍ୟତୀତ ରୋଷେଇ ଘର ପାଇଁ ଉତ୍ତର-ପଶ୍ଚିମ ଦିଗ ମଧ୍ୟ ଶୁଭ ହୋଇଥାଏ।

ଅତିଥିମାନଙ୍କ କକ୍ଷ

ଘରକୁ ଆସୁଥିବା ଅତିଥିମାନଙ୍କ ସ୍ଥାନ ଉତ୍ତର-ପୂର୍ବ ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ।

ଶୋଇବା ଘର ଦିଗ

ଘରର ସବୁଠାରୁ ମହତ୍ୱପୂର୍ଣ୍ଣ ଅଂଶ ଶୋଇବା ଘର ହୋଇଥାଏ। ଶୋଇବା ଘର ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ। ଶୋଇବା ସମୟରେ କାନ୍ଥ ସହ ସର୍ବଦା ଲାଗି ଶୋଇବା ଉଚିତ। ସର୍ବଦା ପାଦ ଉତ୍ତର ବା ପଶ୍ଚିମ ଦିଗକୁ ରଖି ଶୋଇବା ଶୁଭ ହୋଇଥାଏ।

houseଶୌଚାଳୟ

ବାସ୍ତୁଶାସ୍ତ୍ର ଅନୁଯାୟୀ ଶୌଚାଳୟରେ ରାହୁ ଏବଂ ସ୍ନାନ ଘରେ ଚନ୍ଦ୍ରମା ବାସ କରିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ଶୌଚାଳୟ ଏବଂ ସ୍ନାନଘର ଗୋଟିଏ ସ୍ଥାନରେ ହେବା ଅଶୁଭ ହୋଇଥାଏ। ଶୌଚାଳୟ ପାଇଁ ପଶ୍ଚିମ-ଦକ୍ଷିଣ କୋଣ ଏବଂ ସ୍ନାନ ଘର ପୂର୍ବ କୋଣ ଶୁଭ ହୋଇଥାଏ। ସେହିପରି ଦର୍ପଣ ଘରର ଉତ୍ତର ବା ପୂର୍ବ ଦିଗରେ ଲଗାଇବା ଉଚିତ ଏବଂ ଦର୍ପଣ ଘରର ମୁଖ୍ୟ କବାଟ ସାମ୍ନାରେ ରଖିବା ଅନୁଚିତ। ଏହିପରି ବାସ୍ତୁଶାସ୍ତ୍ର ନିୟମ ଅନୁଯାୟୀ ଉଚିତ ଦିଗରେ ଏହି ଘର ନିର୍ମାଣ କଲେ ଆପଣମାନଙ୍କ ପାଇଁ ଶୁଭ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button