ଦେଶ ବିଦେଶ

ଉଚ୍ଚତା ବଢ଼ାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ, ପ୍ରାପ୍ତ ବୟସରେ ବି ହୋଇପାରିବେ ଡେଙ୍ଗା

ବ୍ୟକ୍ତିତ୍ୱ ଦର୍ଶାଇବାରେ ଉଚ୍ଚତା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଣୁ ପିଲାଙ୍କୁ ଛୋଟ ବେଳୁ ହିଁ ଉଚ୍ଚତା ବଢ଼ାଇବାକୁ ବିଭିନ୍ନ ପ୍ରକାରର ଯୋଗ ଓ ବ୍ୟାୟାମ କରିବାକୁ କୁହାଯାଏ। କହିବାକୁ ଗଲେ ଶରୀରର ଗ୍ରୋଥ୍‌ ସହ ଉଚ୍ଚତା ମଧ୍ୟ ବଢ଼ିଥାଏ। ଝିଅମାନଙ୍କ ଉଚ୍ଚତା ୧୮ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବା ବେଳେ ପୁଅମାନେ ପ୍ରାୟ ୨୦ ବର୍ଷ ଯାଏଁ ଡେଙ୍ଗା ହୋଇଥାନ୍ତି। ତେବେ ଆପଣଙ୍କ ହାଇଟ୍‌ କେତେ ହେବ ତାହା ଆପଣଙ୍କ ଡାଏଟ୍‌ ଉପରେ ନିର୍ଭର କରେ। ଉଚ୍ଚତା ବଢ଼ାଇବାକୁ ଲୋକମାନେ ଭିନ୍ନ ପ୍ରକାରର ଔଷଧ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ଶରୀରର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେବେ ଆଜି ଆସନ୍ତୁ ଜାଣିବା ଉଚ୍ଚତା ବଢ଼ାଇବାର କେତେକ ଘରୋଇ ଉପାୟ…

Image result for know How to Increase Your Height

ସଠିକ୍‌ ଖାଦ୍ୟପେୟ:

ଭଲ ଉଚ୍ଚତା ପାଇଁ ପୁଷ୍ଟିକର ଡାଏଟ୍‌ ମଧ୍ୟ ଆବଶ୍ୟକ ହୋଇଥାଏ। ଉତ୍ତମ ଖାଦ୍ୟ ଶରୀରକୁ ଶକ୍ତି ଯୋଗାଇବା ସହ ଉଚ୍ଚତା ମଧ୍ୟ ବୃଦ୍ଧି କରିଥାଏ। ଡେଙ୍ଗା ହେବାକୁ ଖାଦ୍ୟରେ ଭିଟାମିନ୍‌, କ୍ୟାଲସିୟମ୍‌, ଜିଙ୍କ୍‌ ପ୍ରୋଟିନ୍‌ ଓ ଫସ୍‌ଫରସ୍‌ ସମେତ କ୍ଷୀର, ଜୁସ୍‌ ସେବନ କରିବା ଆବଶ୍ୟକ।

 

ବ୍ୟାୟାମ:

ଯୋଗ ଓ ବ୍ୟାୟାମ କରିବା ଦ୍ୱାରା ମଧ୍ୟ ଉଚ୍ଚତା ବୃଦ୍ଧି ହେଇଥାଏ। ପ୍ରତିଦିନ କମ୍‌ସେ କମ୍‌ ଅଧ ଘଣ୍ଟା ପାଇଁ ଏକ୍ସରସାଇଜ୍‌ କରିବା ଦ୍ୱାରା ଏହାର ପ୍ରଭାବ ଉଚ୍ଚତା ଉପରେ ପଡ଼ିଥାଏ। ଫଳରେ ବ୍ୟକ୍ତି ଡେଙ୍ଗା ହୋଇଥାନ୍ତି। ଆପଣ ଚାହିଁଲେ ଡେଙ୍ଗା ହେବାକୁ ତଡ଼ାସନ ବି କରିପାରିବେ।

Related image

ସୁଖ ନିଦ୍ରା:

ଶୋଇବା ଦ୍ୱାରା କେବଳ ଦିନ ସାରା ଫ୍ରେସ୍‌ ଲାଗେନି ଏହା ଦ୍ୱାରା ଉଚ୍ଚତା ମଧ୍ୟ ବଢ଼ିଥାଏ। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ରାତିରେ ୭-୮ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ଉଚ୍ଚତା ଶୀଘ୍ର ବଢ଼େ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି।

ପର୍ଯ୍ୟାପ୍ତ ଜଳ ପିଅନ୍ତୁ:

 

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଦ୍ୱାରା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ। ଫଳରେ ଶରୀରର ଗ୍ରୋଥ୍‌ ବଢ଼ିବାରେ କୌଣସି ସମସ୍ୟା ଦେଖାଯାଏ ନାହିଁ। ଅଧିକ ପାଣି ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ମଧ୍ୟ ରହେନାହିଁ। ଫଳରେ ହରମୋନ୍‌ ଭଲ ଭାବେ କ୍ଷରିତ ହୋଇଥାଏ।

ଠିକ ଢଙ୍ଗରେ ଚାଲିବା ଓ ଶୋଇବା:

ଉଚ୍ଚତା ବଢ଼ିବାର ସମ୍ପର୍କ ଠିକ ଢଙ୍ଗରେ ବସିବା ଓ ଶୋଇବା ସହ ମଧ୍ୟ ରହିଛି। ଅଧିକାଂଶ ଲୋକ ଶୋଇବା ବେଳେ ଠିକ୍‌ ଢଙ୍ଗରେ ଶୋଇନଥାନ୍ତି। ଫଳରେ ଉଚ୍ଚତା ବଢ଼ିବାରେ ସମସ୍ୟା ଦେଖାଦିଏ। ଏଣୁ ଶୋଇବା ବେଳେ ସବୁବେଳେ ସିଧା ହୋଇ ଶୁଅନ୍ତୁ। ସେହିପରି ଚାଲିବା ବେଳେ ମୁଣ୍ଡ ଓ ବେକକୁ ସିଧା କରି ଚାଲନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button