ଜୀବନଶୈଳୀ

୯୦୦ ବର୍ଷ ହେବ ବଞ୍ଚି ରହିଛନ୍ତି ଏହି ଯୋଗୀ, ଯିଏ ବି ଯାଇଛି ତାଙ୍କ ପାଖକୁ କେହି ଫେରି ନାହିଁ ଖାଲି ହାତରେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ସହ ଭାରତର ଏମିତି ଏକ ମହାନ ସନ୍ଥ ବା ଯୋଗୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଜିକୁ ୯୦୦ ବର୍ଷ ହେବ ଏହି ପୃଥିବୀରେ ବିରାଜମାନ କରି ଅଛନ୍ତି । ତାଙ୍କ ଜନ୍ମ କେଉଁଠାରେ ହୋଇଥିଲା ତାହର ସଠିକ ସ୍ଥାନ ନିରୂପଣ କରାଯାଇ ନାହି । ଏହି ଯୋଗୀ ଜଣକ ଗଛ, ପାହାଡ, ପଶୁମାନଙ୍କ ସହ ତାଙ୍କରି ଭାଷାରେ କଥାବାର୍ତ୍ତା କରୁଥିଲେ । ଆସନ୍ତୁ ଜାଣିବା ସେ ତାଙ୍କ ଜୀବନରେ କେଉଁ ଭଳି ଚମତ୍କାରୀ କାମ କରିଛନ୍ତି । ସେହି ମହାନ ସନ୍ଥ ବା ଯୋଗୀଙ୍କ ନାମ ହେଉଛି ଦେବରାହ ବାବା ଯିଏ ଉତ୍ତରପ୍ରଦେଶର ଦେବରୀୟା ଜିଲ୍ଲାରେ ବାସ କରନ୍ତି ।

କୁହାଯାଏ ଯେ ସେ ୯୦୦ ବ୍ରସ ପର୍ଯ୍ଯନ୍ତ ଦେହଧାରୀ ଏ ପୃଥିବୀରେ ଥିଲେ । ଡାକ୍ତର ରାଜେନ୍ଦ୍ର ପ୍ରସାଦ, ପୁରୁଷୋତ୍ତମ ଦାସ ଟଣ୍ଡନ ଭଳି ମହାନ ବ୍ୟକ୍ତିମାନେ ଏହି ବାବାଙ୍କର ଦର୍ଶନ କରି ନିଜ ଜୀବନରେ ସଫଳ ହୋଇଥିଲେ । ସେ ତାଙ୍କର ଭକ୍ତ ମାନଙ୍କ ସହ ବହୁତ ପ୍ରେମରେ କଥା ହୁଅନ୍ତି ଓ ନିଜ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ମଧ୍ୟ ଦେଇଥାନ୍ତି ।

ସେ କୌଣସି ସ୍ଥାନକୁ ଜୀବ ପାଇଁ କୌଣସି ବାହାନର ସାହାଜ୍ଯ ନିଅନ୍ତି ନାହି ଓ ତାଙ୍କୁ ଦେଖା କରିବା ପାଇଁ ମଧ୍ୟ କୌଣସି ଲୋକମାନେ ଯାନରେ ଆସନ୍ତି ନାହି । ସେ ଯେଉଁଠାରେ ବାସ କରନ୍ତି ସେଠିକାର ପରିବେଶ ବହୁତ ନିର୍ମଳ ଓ ସ୍ଵଚ୍ଛ ହୋଇଥାଏ । ସେ ପାଣିରୁ ଅବତାର ନେଇଛନ୍ତି ବୋଲି କୁହାଯାଏ । ସେ ଯମୁନା ନଦୀରେ ୩୦ ମିନିଟ ପର୍ଯ୍ୟନ୍ତ ନିଶ୍ଵାସ ବନ୍ଦ କରି ରହିଯାଉଥିଲେ ।

କେଉଁ ବ୍ୟକ୍ତି ଜୀବନରେ ଆଗକୁ କଣ ହେବ ବାବା ତାହା ଅନୁମାନ କରି କହୁଥିଲେ । ବାବାଙ୍କର ନିର୍ଜୀବ ବସ୍ତୁ ଉପରେ ନିୟନ୍ତ୍ରଣ ଥିଲା । ଗୋଟେ ସମୟରେ ରାଜୀବ ଗାନ୍ଧୀ ବାବାକୁ ଦର୍ଶନ କରିବାକୁ ଆସିବା ନିମନ୍ତେ ଗୋଟେ ଗଛ କଟା ହେବା ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ବାବା ସେହି ଗଛକୁ ନ କାଟିବା ପାଇଁ ଅନୁମତି ଦେଇଥିଲେ ଓ ରାଜୀବ ଗାନ୍ଧୀଙ୍କର ଆଗମନ ସ୍ଥଗିତ ହୋଇଯିବ ବୋଲି ସେ କହିଥିଲେ । ବାବାଙ୍କର ଏହି ବଚନ ସତ୍ୟ ମଧ୍ୟ ହୋଇଥିଲା । ଏହା ପରେ ରାଜୀବ ଗାନ୍ଧୀ ବାବାଙ୍କୁ ଦର୍ଶନ କରିବାକୁ ଅନ୍ୟ ସମୟରେ ଆସିଥିଲେ ମଧ୍ୟ ସେହି ଗଛ କଟା ହୋଇନଥିଲା ।

ଯେତେବେଳେ ଇନ୍ଦିରା ଗାନ୍ଧୀ ବାବାଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ ସେତେବେଳେ ବାବା ତାଙ୍କ ହାତର ପଞ୍ଝା ରେ ଆଶୀର୍ବାଦ ଦେଇଥିଲେ ଓ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଯେତେବେଳେ ଡାକ୍ତର ରାଜୀବ ଗାନ୍ଧୀ ୨ ବର୍ଷର ହୋଇଥିଲେ ସେତେବେଳେ ସେ ତାଙ୍କ ପରିବାର ସହ ବାବାଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ସେତେବେଳେ ସେ ଜଣେ ରାଜା ହେବେ ବୋଲି ବାବା କହିଥିଲେ ।

ବାବାଙ୍କର ଆଶୀର୍ବାଦ ଦେବାର ଢଙ୍ଗ ଅଲଗା ପ୍ରକାରର ଅଟେ । ତାଙ୍କୁ ଦେଖା କରିବା ପାଇଁ ଅନେକ ଭକ୍ତଙ୍କର ସମାଗମ ହେଉଥିଲା । ବାବା ମଧ୍ୟ ନିଜ ଭକ୍ତଙ୍କ ମନ କଥା ଜାଣିପାରୁଥିଲେ । ସେ କେବେ ବି ଅର୍ଣ୍ଣ ଖାଇ ନାହାନ୍ତି । ସାରା ଜୀବନ ସେ କ୍ଷୀର, ଫଳ ଖାଇ ରହିଥିଲେ । ୧୯୯୦ ଜୁନରେ ସେ ଦର୍ଶନ ଦେବା ବନ୍ଦ କରିଦେଇଥିଲେ । ସେହି ସମୟରେ ପ୍ରକୃତିର ଏମିତି ଅଜବ ପରିବର୍ତ୍ତନ ହୋଇଥିଲା ଯାହା ଆଗରୁ କେବେ ହୋଇନଥିଲା । ସେହି ଦିନ ୪ତା ସମୟରେ ବାବା ସାବି ଦିନ ପାଇଁ ତାଙ୍କର ଦେହ-ତ୍ୟାଗ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button