ମାସକୁ କେବଳ ଦୁଇ ଥର କରନ୍ତୁ ଏହିକାମ, ମିଳିବ ସୁସ୍ଥ ଏବଂ ଉଜ୍ୱଳ କେଶ

ମହିଳାମାନେ ସବୁବେଳେ ନିଜର କେଶକୁ ନେଇ ଚିନ୍ତିତ ରହିଥାନ୍ତି। କେଶର ଯେତେ ଯତ୍ନ ନେଲେ ମଧ୍ୟ କେଶ ଝଡିବା ସହ ଅନେକ ପ୍ରକାର ସମସ୍ୟାମାନ ଦେଖାଦଇଥାଏ। କେଶ ରୁକ୍ଷ ହେବା, ରୂପି ହେବା, ଉକୁଣୀ ହେବା ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଏଥିପାଇଁ ଆମେ ଆପଣଙ୍କୁ ଦୁଇଟି ଏପରି କାମ କରିବା ବିଷୟରେ ଜଣାଇବୁ, ଯାହାଦ୍ୱାରା ଆପଣଙ୍କ କେଶ ସୁସ୍ଥ ଏବଂ ଉଜ୍ୱଳ ହେବ। ଆସନ୍ତୁ ଜାଣିବା କେଉଁ ଉପାୟରେ କେଶକୁ ମଜବୁତ କରିବା ସହ ଘନ କରିବେ ଏବଂ ସୁସ୍ଥ ରଖିବେ।

ହେୟାର ମାସ୍କ : କେଶକୁ ସବୁବେଳେ ସଠିକ୍ ଭାବେ ଯତ୍ନ ନେବା ଉଚିତ। ଆଜିକାଲିର ବଦଳୁଥିବା ପାଣିପାଗ ଅନୁଯାୟୀ ଦେଖାଶୁଣା କରିବା ଉଚିତ। ଆପଣ ନିଜ କେଶରେ ମାସକୁ ଦୁଇ ଥର ଦହି, ମହୁ, ଲେମ୍ବୁ ଭଳି ଘରୋଇ ହେୟାର ମାସ୍କ ଲଗାଇବା ଉଚିତ। ଏପରି ଆପଣ ମାସକୁ ଦୁଇଥର କରିବା ଦ୍ୱାରା କେଶକୁ ପୋଷଣ ଭରପୂର ମିଳିଥାଏ।

ତେଲ ମାଲିସ କରିବା : ଶରୀର ପରି କେଶକୁ ମଧ୍ୟ ଭରପୂର ପୋଷଣ ଦରକାର ହୋଇଥାଏ। ଏଥିପାଇଁ କେଶରେ ସପ୍ତାହକୁ ଦୁଇ ଥର ଭଲ ଭାବେ ତେଲ ମାଲିସ କରନ୍ତୁ। ଏପରି କଲେ କେଶକୁ ଭଲ ପୋଷଣ ମିଳିଥାଏ। କେଶ ମଜବୁତ ହେବା ସହ ସୁନ୍ଦର ମଧ୍ୟ ହୋଇଥାଏ।



