ଓଡିଶା

“ବନ୍ୟାରେ ନିଖୋଜ ହେବା ପୂର୍ବରୁ ସେ ମୋତେ ଭିଡିଓ କଲ କରିଥିଲେ, ଏବେ ତାଙ୍କର ପତ୍ତା ମିଳୁନି” -ଯବାନଙ୍କ ସ୍ତ୍ରୀ

କାଲି ମୋତେ ଭିଡିଓ କଲ କରିଥିଲେ ଆଉ ମୋ ସହ ଭଲରେ କଥା ହୋଇଥିଲେ । ହେଲେ ଆଜି ସେ ବନ୍ୟା ପାଣିରେ କୁଆଡେ ନିଖୋଜ ହୋଇଗଲେ । ହଁ ଦର୍ଶକ ବନ୍ଧୁ ସିକିମ ର ପ୍ରଳୟଙ୍କାରୀ ବନ୍ୟାରେ 23 ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି । ବନ୍ୟା ପାଣି କିଭଳି ଭୟଙ୍କର ଭାବେ ମାଡି ଆସିଥିଲା ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖୁ ଦେଖୁ 23 ଜଣ ଯବାନ ପାଣିରେ ଭାସିଗଲେ ।

କାହାର କିଛି ସନ୍ଧାନ ମିଳୁ ନାହିଁ । ନିଖୋଜ ହୋଇଥିବା ଯବାନ ଙ୍କ ମଧ୍ୟରେ ସରସ କୁମାର ଦାସ ଥିଲେ । ଏବେ ସରୋଜଙ୍କର ସ୍ତ୍ରୀ ବାହାଘର ର ଫୋଟୋ ଦେଖି ଦେଖି ବାହୁନି ବାହୁନି କାନ୍ଦୁଛନ୍ତି ନିଜ ସ୍ଵାମୀ ଙ୍କୁ ଝୁରୁଛନ୍ତି ସରୋଜ ଙ୍କ ସ୍ତ୍ରୀ । ସରୋଜଙ୍କ ବାହାଘରକୁ ମାତ୍ର 8 ମାସ ହୋଇଛି । ଆଉ ଆଜି ସେ ଏଭଳି ଭାବେ ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ହୋଇ ଯାଇଛନ୍ତି ।

ସରୋଜଙ୍କ ର ଘର ହେଉଛି ଢେଙ୍କାନାଳ କାମାକ୍ଷାନଗର ଧିଗୀ ପଞ୍ଚାୟତର କେନ୍ଦୁପାଣ୍ଡ ଗାଁ ରେ । ଗତ କାଲି ରାତି 10 ସମୟରେ ଭାଇ ମନୋଜ ଯୋଗେ ସରୋଜ ଙ୍କ ସହ କଥା ହୋଇଥିଲେ । ସରୋଜ କହିଥିଲେ ସିକିମ ରେ ପ୍ରବଳ ବର୍ଷା ହେଉଛି । ଶେଷ ଥର ପାଇଁ ସ୍ତ୍ରୀ ଙ୍କୁ ଭିଡିଓ କଲ କରି କହିଥିଲେ ସରୋଜ କି ୟୁନିଟ କୁ ଗଲେ ତୁମକୁ କଲ କରି କଥା ହେବି ।

ହେଲେ ଆଉ ଫୋନ ଆସିଲାନି । ସରୋଜ ଅନ୍ୟ ଯବାନ ଙ୍କ ସହ ଟ୍ରେନିଙ୍ଗ ସାରି ୟୁନିଟ କୁ ଫେରୁଥିଲେ ବୋଲି ଭାଇ ଓ ସ୍ତ୍ରୀ ଙ୍କୁ ଜଣାଇ ଥିଲେ । ହେଲେ ପରେ ପ୍ରଳୟଙ୍କାରୀ ବନ୍ୟା ରେ ସରୋଜ ଙ୍କ ସହ 23 ଜଣ ଯବାନ ଭାସି ଯାଇଥିଲେ । ଏହି ଖବର ଶୁଣିବା ପରେ ସ୍ତ୍ରୀ ଅଧର୍ଜ୍ୟ ହୋଇ ପଡିଛନ୍ତି । ସମସ୍ତଙ୍କୁ ଠାବ କରିବା ପାଇଁ ଏବେ ଯାଏଁ ସର୍ଚ୍ଚ ଅପରେସନ ଜାରି ହୋଇଛି । ସରୋଜ 2012 ରେ ଚାକିରି ରେ ଯୋଗ ଦେଇଥିଲେ । ସରୋଜ ଙ୍କ ନିଖୋଜ ହେବ ଖବର ଶୁଣିବା ପରେ ସ୍ତ୍ରୀ ନିଜକୁ ସମ୍ଭାଳି ପାରୁ ନାହାନ୍ତି । ପିସ୍ତା ନଦୀ ରେ ପ୍ରବଳ କାଦୁଅ ପାଣି ଆସି ଯାଇଛି । ଏହି ବନ୍ୟା ପାଣିରେ ଭାସି ଯାଇଛନ୍ତି 23 ଯବାନ । ଯବାନ ମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି କରା ଯାଇଛି । ଅନ୍ୟ ପଟେ ବନ୍ୟା କାରଣରୁ କ୍ୟାମ୍ପ ପ୍ରଭାବିତ ହୋଇଛି । ସିକିମ ର ଅନେକ ଅଞ୍ଚଳ ରେ ରେଡ ଓ ଅରେଞ୍ଜ ବାର୍ଣ୍ଣିଂ ଜାରି ହୋଇଛି । ନଦୀ ପାଖକୁ ନ ଯିବାକୁ ଲୋକ ମାନଙ୍କୁ ବାରଣ କରା ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button