କ୍ରାଇମ

ଓକିଲ ପରିଚୟ ଦେଇ ଆଇନଜୀବୀଙ୍କୁ ଠକିଲେ: ପୂର୍ବରୁ ୧୫ ଜଣଙ୍କୁ ଆସିଥିଲା ଏମିତି କଲ୍‌ – Utkal Mail


ରାଉରକେଲା: ଆଇନଜୀବୀ ପରିଚୟ ଦେଇ ରାଉରକେଲା କୋର୍ଟର ଜଣେ ଆଇନଜୀବୀଙ୍କଠୁ ୧୦ ହଜାର ଟଙ୍କା ଠକି ନେଇଛି ଅଜଣା ବ୍ୟକ୍ତି। ଠକାମିର ଶିକାର ଆଇନଜୀବୀ ଝସକନ୍‌ ପ୍ରସାଦ ମୁର୍ମୁ ଏ ସଂକ୍ରାନ୍ତରେ ରାଉରକେଲା ସାଇବର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଲିଖିତ ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଜ୍ଞାତ ଯୁବକ ଜଣକ ପୂର୍ବରୁ ଜଣେ ଆଇନଜୀବୀ ପରିଚୟ ଦେଇ ରାଉରକେଲା କୋର୍ଟର ୧୫ ଓକିଲକୁ ଏମିତି ‌କଲ୍‌ କରିଥିଲେ ହେଁ ସଫଳ ହୋଇପାରିନଥିଲା।

ମିଳିଥିବା ସୁଚନା ମୁତବାକ ଝସକନ ପ୍ରସାଦ ଓ ବଣାଇର ମନୋରଞ୍ଜନ ମିଶ୍ର ମଧ୍ୟ ରାଉରକେଲା ବାର୍‌ ଆସୋସିଏସନ୍‌ ଜଣେ ସଦସ୍ୟ। ଗତକାଲି ଜଣେ ଅଜଣା ବ୍ୟକ୍ତି ନିଜକୁ ବଣାଇର ମନୋରଞ୍ଜନ ମିଶ୍ର କହି ଝସକନ୍‌ଙ୍କୁ କଲ୍‌ କରିଥିଲେ। କହିଥିଲେ, ତାଙ୍କର ଜଣେ ସମ୍ପର୍କୀୟ ହସ୍ପିଟାଲରେ ଅଛନ୍ତି। ୧୦ ହଜାର ଟଙ୍କା ଫୋନ୍‌ ପେ’ କରୁଛି, ତାଙ୍କୁ ଦେଇଦେବେ। ଫୋନ୍‌ ପେ’ ଟଙ୍କା ନ ଆସିବାରୁ ଝସକନ କୋର୍ଟ ପରିସରରେ ମନୋରଞ୍ଜନ (ଅଜ୍ଞାତ ଯୁବକ) କୁ ଖୋଜିଥିଲେ। ନ ପାଇବାରୁ ଆସିଥିବା ନମ୍ବର ମନୋରଞ୍ଜନକୁ କଲ୍‌ କରିଥିଲେ। ହେଲେ ମନୋରଞ୍ଜନଙ୍କୁ ପାଇ ନଥିଲେ। କିଛି ସମୟରେ ମନୋରଞ୍ଜନ ଅତି ଚାଲାକିର ସହ ପୁଣି ଝସକନକୁ କଲ୍‌ କରି ମୁଁ ହସ୍ପିଟାଲର ଆଇସିୟୁରେ ଅଛି। ଯାଇପାରୁନି, ପଠାଇଥିବା ୧୦ ହଜାର ଟଙ୍କା ଫୋନ ପେ’କୁ ନିଶ୍ଚିତ ଆସିଥିବ, ଟିକେ ପରେ ଆକାଉଣ୍ଟ ଯାଞ୍ଚ କଲେ ଜଣାପଡ଼ିବ। ତେଣୁ ୧୦ ହଜାର ଟଙ୍କା ଦେଇଥିବା ‌ଫୋନ୍‌ ପେ’ ନମ୍ବରରେ ଟିକେ ପକାଇ ଦିଅନ୍ତୁ। ଝସକନ କିଛି ନ ବୁଝିପାରି ସେହି ଅଜଣା ‌ଫୋନ୍‌ ପେ’ ନମ୍ବରରେ ୧୦ ହଜାର ଟଙ୍କା ପଠାଇ ଦେଇଥିଲେ। କିଛି ସମୟ ପରେ ନିଜକୁ ମନୋରଞ୍ଜନ ପରିଚୟ ଦେଇ ପଠାଇଥିବା ୧୦ ହଜାର ଟଙ୍କା ଝସକନଙ୍କ ଫୋନ୍‌ ପେ’କୁ କିନ୍ତୁ ଆସି ନଥିଲା। ପରେ ସେହି ଅଜ୍ଞାତ ଯୁବକ ମୋବଇଲ ସୁଇଚ୍‌ ଅଫ୍ ହୋଇଯାଇଥିଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ ଝସକନ ଏ ସଂକ୍ରାନ୍ତରେ ବାର୍‌ ଆସୋସିଏସନ୍‌ର ଅକ୍ଷୟ ସାହୁ, ଦିନେଶ ସାହୁ, ସନ୍ତୋଷ କୁମାର ତ୍ରିପାଠୀ, କାର୍ତ୍ତିକ ଓରାମ, ଅମିତ ତିର୍କୀଙ୍କୁ ସମସ୍ତ କଥା କହିଥିଲେ। ସମସ୍ତ ଆଇନଜୀବୀ ସାଇବର ଥାନାର ଦ୍ବାରସ୍ଥ ହୋଇ ଲିଖିତ ଏତଲା ଦେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button