ବ୍ୟବସାୟ

୭ ମାସର ସର୍ବନିମ୍ନ ସ୍ତରରେ ସୁନା, ଆହୁରି କମିବା ସମ୍ଭାବନା – Utkal Mail


ମୁମ୍ବାଇ : ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ସତ୍ତ୍ବେ ଦେଶରେ ସୁନାଦର କମିଚାଲିଛି ଓ ୭ ମାସର ସର୍ବନିମ୍ନ ଦରରେ ପହଞ୍ଚିଛି । ଆମେରିକୀୟ ବଜାର ପ୍ରଭାବରୁ ଅନ୍ତର୍ଜାତୀୟ ବଜାରରେ ସୁନାଦର କମୁଛି, ଏହା ଯୋଗୁଁ ଭାରତରେ ବି ସୁନା ଦର ଆଗରୁ ଆହୁରି କମିପାରେ।

ଆମେରିକୀୟ ଡଲାର ମଜବୁତ ହେବା ଏବଂ ଆମେରିକୀୟ ଡଲାର ସୂଚକାଙ୍କ ୧୧ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ଫଳରେ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ ଉପରେ ଚାପ ପଡ଼ିଥିଲା ଏବଂ ଏହା ୭ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବ୍ୟାପକ ହ୍ରାସ ଘଟି ଆଉନ୍ସ ପିଛା ପ୍ରାୟ ୧,୮୧୫ ଡଲାରରେ ପହଞ୍ଚିଛି । ଏହାର ପ୍ରଭାବ ଯୋଗୁଁ ଗୁରୁବାର ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଟ.୫୬,୫୫୫ ଟଙ୍କା ଓ ୨୨ କ୍ୟାରେଟ ସୁନା ଦର ୫୧,୮୦୪ ଟଙ୍କାକୁ ହ୍ରାସ ପାଇଛି ।

 

 

ବିଶେଷଜ୍ଞଙ୍କ ମତରେ ସୁନା ଓ ରୂପା ଦରରେ ଆହୁରି ହ୍ରାସ ଘଟିପାରେ। ଆଇବିଜେଏ ( ଭାରତୀୟ ବୁଲିୟନ ଓ ଜୁଏଲାରୀ ସଂଘ)ର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି ଯେ ଆଗାମୀ ସମୟରେ ଘରୋଇ ବଜାରରେ ସୁନା ଦର ଆଉନ୍ସ ପିଛା ୧୭୮୪ ଡଲାର ଅର୍ଥାତ୍ ୫୪୬୦୦ ଟଙ୍କା ପର୍ଯ୍ୟନ୍ତ ଆସିପାରେ । ଆମେରିକାରେ ନିବେଶକମାନେ ସୁନାରୁ ନିବେଶ ପ୍ରତ୍ୟାହାର କରୁଥିବା ଦର କମୁଛି । ଏହାର ପ୍ରଭାବର ଭାରତୀୟ ବଜାର ଉପରେ ପଡ଼ୁଛି । ଏବେ ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୮୦୦ ଡଲାର ଉପରେ ରହିଛି । ( ଏକ ଆଉନ୍ସ ହେଉଛି ପ୍ରାୟ ୨୯ ଗ୍ରାମ) ।




Related Articles

Leave a Reply

Your email address will not be published. Required fields are marked *

Back to top button