ମନୋରଞ୍ଜନ
ମହାଦେବ ବେଟିଂ ଆପ୍ ମାମଲା: ରଣବୀରଙ୍କ ପରେ କପିଲ ଶର୍ମା, ହୁମା କୁରେଶି ଏବଂ ହିନା ଖାନ୍ଙ୍କୁ ସମନ – Utkal Mail
ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରଣବୀର କପୁରଙ୍କୁ ସମନ୍ କରିବାର ୨ ଦିନ ପରେ ଆଜି କମେଡିଆନ କପିଲ ଶର୍ମା ଏବଂ ଅଭିନେତା ହୁମା କୁରେଶି ଏବଂ ହିନା ଖାନ୍ଙ୍କୁ ସମନ କରିଛି। ଇଡି ରଣବୀର କପୁରଙ୍କୁ ଏହି ମାମଲାରେ ଗତକାଲି ସମନ କରିଥିଲା। ଏହି ଆପ୍ ପାଇଁ ପ୍ରଚାର ପ୍ରସାର କରୁଥିବା ଆହୁରି ଅନେକ ‘ଏ’ ତାଲିକାର ସେଲିବ୍ରିଟିଙ୍କୁ ମଧ୍ୟ ଇଡି ସମନ କରିଛି। ଇଡି ଅନୁଯାୟୀ ମାମଲାରେ ୧୪-୧୫ ଜଣ ସେଲିବ୍ରିଟି ତଦନ୍ତ ପରିସରରେ ରହିଛନ୍ତି। ମହାଦେବ ଆପ୍ ପ୍ରତିଷ୍ଠାତା ମଧ୍ୟ ଆହୁରି ୪-୫ଟି ଏହିଭଳି ସମାନ ଆପ୍ ପରିଚାଳନା କରୁଛନ୍ତି। ଏଗୁଡ଼ିକୁ ୟୁଏଇରୁ ପରିଚାଳନା କରାଯାଉଛି।