ଓଡିଶା

ଆପଣଙ୍କ FIR ବା ଲିଖିତ ଅଭିଯୋଗ ପୋଲିସ ଗ୍ରହଣ କରିବାକୁ ବାଧ୍ୟ, ଜାଣନ୍ତୁ ଏପରି କିଛି ମୌଳିକ ଅଧିକାର ବିଷୟରେ

ଯେତେବେଳେ କିଛି ଅଘଟଣ ଘଟିଥାଏ ଆମେ ପୋଲିସ ପାଖକୁ ଯାଇଥାଉ ଏବଂ ନିଜର ଅଭିଯୋଗ ଲିଖିତ ରୂପରେ ଥାନାରେ ଜଣାଇଥାଉ । କୌଣସି ବି ଅପରାଧ ସହିତ ଜଡିତ ତଥ୍ୟ ପୋଲିସ ନିଜର ତାଲିକାରେ ଯୋଡିବାକୁ ଫାଷ୍ଟ ଇଂବେଷ୍ଟିଗେସନ ରିପୋଟ (FIR) କୁହାଯାଏ । ଏଫଆଇଆର ଏକ ଲିଖିତ ଅଭିଯୋଗ ହେଇଥାଏ, ଯାହାକୁ ଅଭିଯୋଗ ପରେ ପୋଲିସ ଅନୁକରଣ କରିଥାଏ । ଅଧିକାଂଶ ସମୟରେ ପୀଡିତଙ୍କ ଦ୍ଵାରା ଅଭିଯୋଗ ହୋଇଥାଏ । ଆପଣ ନିଜର କୌଣସି ଅଭିଯୋଗ ଲିଖିତ ବା ମୌଖିକ ରୂପରେ ଦାଖଲ କରିପାରିବେ ।

Image Courtesy: Google

ଅନେକ ସମୟରେ ପୋଲିସ ଦ୍ଵାରା ଏଫଆଇଆର ଗ୍ରହଣ ନ କରାଯିବାର ଘଟଣା ସମୁଖକୁ ଆସିଛି । ଯଦି ଆପଣଙ୍କ ସମୁଖରେ ଏପରି ପରିସ୍ଥିତି ଉପୁଜୁଛି ତେବେ ଆପଣ କେଉଁ ପଦକ୍ଷେପ ଗ୍ରହଣ କରିବେ ଆଜି ଆମେ ଆପଣଙ୍କୁ ଅବଗତ କରାଇବୁ ।

FIR କେତେବେଳେ ଲେଖାଯାଏ ?

ଏଫଆଇଆର କେବଳ କାଗ୍ନିଜେବଲ କାର୍ଜ୍ୟାଳୟ (ଅର୍ଥାତ ଯେଉଁ ଠାରେ ପୋଲିସକୁ କୌଣସି ବ୍ୟକ୍ତିକୁ ଆରେଷ୍ଟ କରିବାକୁ କୌଣସି ୱାରେଣ୍ଟର ଆବଶ୍ୟକତା ନଥାଏ । ) ରେ ଦାଖଲ କରାଯାଇଥାଏ । ଆରୋପିକୁ ନିଜ ଅଧିନକୁ ନେଇ ଜେରା କରିବାର ଅଧିକାର ପୋଲିସ ପାଖରେ ରହିଥାଏ ।

Image Courtesy: Google

ଏଫଆଇଆର କିପରି ଲେଖିବେ ?

– କୌଣସି ବ୍ୟକ୍ତି ସିଧା ସଳଖ ଭାବେ ଥାନାରେ ନିଜର ଅଭିଯୋଗ ଲିଖିତ ବା ମୌଖିକ ଭାବରେ ଦାଖଲ କରିପାରିବେ ।

– ପିସିଆର ସହିତ ଯୋଗାଯୋଗ କରି ମଧ୍ୟ ନିଜର ଅଭିଯୋଗ ଦାଖଲ କରାଯାଇପାରିବ ।

– ଅଭିଯୋଗ ଦାଖଲ ହେବା ମାତ୍ରେ ଥାନା ଅଧିକାରୀ ଏଏସଆଇ ଙ୍କୁ ଘଟନା ସ୍ଥଳକୁ ପଠାଇଥାନ୍ତି । ଏଏସଆଇ ସାକ୍ଷୀର ବୟାନ ନେଇଥାନ୍ତି । ଏହି ଛୋଟ ତଥ୍ୟକୁ ଆଧାର କରି ପୋଲିସ ଏଫଆଇଆର ପ୍ରସ୍ତୁତ କରିଥାନ୍ତି । ଏହି ପ୍ରକ୍ରିୟା କେବଳ ବଡ ବଡ ଅପରାଧ ପାଇଁ ଗ୍ରହଣ କରାଯାଇଥାଏ ।

Image Courtesy: Google

ପୋଲିସ ଏଫଆଇଆର ନ ଲେଖିଲେ କଣ କରିବେ ?

– ଏଫଆଇଆର ଗ୍ରହଣ ନ କରିବା ଅଧିକାରୀ ଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦେଶର ସର୍ବୋଚ ନ୍ୟାୟାଳୟ ନିସ୍ପତି ନେଇଛନ୍ତି । ସର୍ବୋଚ ନ୍ୟାୟାଳୟ ଏହା ମଧ୍ୟ ନିର୍ଦେଶ ଦେଇଛନ୍ତି ଯେ ଏଫଆଇଆର ଦାଖଲ ଦେବାର ଏକ ସପ୍ତାହ ମଧ୍ୟରେ ଘଟଣାର ତଦାରଖ ସମ୍ପୂର୍ଣ ହେବା ଉଚିତ ।

– ଯଦି ପୋଲିସ ଆପଣଙ୍କର ଏଫଆଇଆର ଗ୍ରହଣ କରୁନାହାନ୍ତି ତେବେ ଆପଣ ଅନଲାଇନ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଅଞ୍ଚଳ ଥାନାର ୱେବସାଇଟ କୁ ଯିବାକୁ ପଡିବ । ଦିଲ୍ଲୀରେ ଇ-ଏଫଆଇଆର ଆପ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ ।

– ଯଦି ଆପଣଙ୍କ ଅଭିଯୋଗ ପୋଲିସ ଗ୍ରହଣ କରୁନାହିଁ ତେବେ ଆପଣ ତାଙ୍କ ଉପରୋକ୍ତ ଅଧିକାରୀଙ୍କ ପାଖରେ ଅଭିଯୋଗ କରିପାରିବେ । ଯଦି ଆପଣ ଏଥିରେ ଅସଫଳ ହୁଅନ୍ତି ତେବେ ସିଆରପିସି ଧାରା ୧୫୬(ସି) ଅଧୀନରେ ଆପଣ ମେଟ୍ରୋପଲିଟିନ ମାଜିଷ୍ଟ୍ରେଟଙ୍କ ପାଖରେ ସେ ପୋଲିସ ଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରିବେ । ଏପରି କରିବା ଦ୍ଵାରା ମାଜିଷ୍ଟ୍ରେଟ ଏଫଆଇଆର ଗ୍ରହଣ କରିବାକୁ ପୋଲିସକୁ ନିର୍ଦେଶ ଦ୍ଦେଇପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button