ଏହି ଲୋକମାନଙ୍କର ସମସ୍ତେ ବନ୍ଧୁ; ଆପଣ ବି ନିଜ ଜୀବନରୁ ସମସ୍ତ ଶତ୍ରୁଙ୍କୁ ଦୂରେଇ ଦିଅନ୍ତୁ – Utkal Mail
ଚାଣକ୍ୟ ହେଉଛନ୍ତି ଜଣେ ଭାରତୀୟ ଶିକ୍ଷାଦାତା, ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା। ତାଙ୍କୁ ଲୋକେ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତଙ୍କ ନାମରେ ବି ଜାଣନ୍ତି। ସେ ହେଉଛନ୍ତି ବିଶାଳ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ର ରଚୟିତା।
ସେ ଜୀବନ ଓ ଦର୍ଶନକୁ ନେଇ ବହୁ କଥା ଲେଖି ଯାଇଛନ୍ତି। ଅନେକ ସମୟରେ ପଥହରା ଲୋକଟିଏ ପାଇଁ ଚାଣକ୍ୟଙ୍କ ବାଣୀ ପଥ ଦେଖାଇବାରେ ସହାୟ ହୋଇଥାଏ। ତାଙ୍କ ମତରେ ସଂସାରରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କର କେହି ଶତ୍ରୁ ନଥାନ୍ତି।
ତେବେ ମହାନ ଜ୍ଞାନୀ ଚାଣକ୍ୟଙ୍କ ଦୃଷ୍ଟିରେ ବୁଦ୍ଧିମାନ ଲୋକଙ୍କର କେହି ଶତ୍ରୁ ନଥାନ୍ତି। ସେ ନିଜର ବୁଦ୍ଧି ବଳରେ ସମସ୍ତଙ୍କ ସହ ମିତ୍ରତା ବଜାୟ ରଖନ୍ତି। ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖି ସମସ୍ତଙ୍କୁ ବଶ କରିପାରନ୍ତି।
ଚାଣକ୍ୟ ଲେଖିଛନ୍ତି, ‘ନାସ୍ତି ବୁନ୍ଧିମନ୍ତା ଶତ୍ରୁ’। ଯାହାର ଅର୍ଥ, ‘ବୁଦ୍ଧିମାନ ଲୋକର କେହି ଶତ୍ରୁ ନଥାନ୍ତି’।
ଚାଣକ୍ୟ ଆହୁରି ବି କହିଛନ୍ତି କି ‘ଅର୍ଥ ଯେପର୍ଯ୍ୟନ୍ତ ଅନ୍ୟ ହାତରେ ଥାଏ ତାହା ଆମର ଆବଶ୍ୟକତା ପୂରଣ କରିପାରେ ନାହିଁ। ସେହିପରି ବିଦ୍ୟା ଯେପର୍ଯ୍ୟନ୍ତ ବହିରେ ଥାଏ ତାହା କାହାରି କାମରେ ଆସେ ନାହିଁ।’ ତେଣୁ ଏହି ଶିକ୍ଷାକୁ ବହିରୁ ନିଜ ମୁଣ୍ଡକୁ ଆଣିବା ଦରକାର।
ବୁଦ୍ଧିମାନ ଲୋକର ପରିଚୟ ନୁହେଁ ଯେ ବହୁତ ଶିକ୍ଷା ଲାଭ କରିବା କିମ୍ବା ଗୁଡ଼ାଏ ଗ୍ରନ୍ଥ ଅଧ୍ୟୟନ କରିବ। ସେ ବୁଦ୍ଧିମାନ ଯିଏ ନିଜ ବୁଦ୍ଧିବଳରେ ବନ୍ଧୁତା ଖେଳାଏ, ଶତ୍ରୁତା ଭାବକୁ ଦୂରକୁ ଫିଙ୍ଗିପାରେ।