କ୍ରାଇମ

ରାଜଧାନୀରେ ରୢାଗିଂ! ଜୁନିଅର ଛାତ୍ରଙ୍କୁ ପିଟିଲେ ସିନିୟର – Utkal Mail


ଭୁବନେଶ୍ବର: ରାଜଧାନୀରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ରୢାଗିଂ ଚାଲିଥିବା ଅଭିଯୋଗ ଆସିଛି। ସିନିଅର୍‌ମାନେ ଛାତ୍ରାବାସରେ ଜୁନିଅରମାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ରକ୍ତାକ୍ତ କରିଥିବା ଜଣାପଡ଼ିଛି। ଘଟଣାଟି ଭିଏସ୍‌ଏସ୍‌ ନଗରସ୍ଥିତ ଏକ ସରକାରୀ ମ୍ୟାନେଜ୍‌ମେଣ୍ଟ କଲେଜରେ ଘଟିଛି। ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ସିନିଅର୍‌ଙ୍କ ମାଡ଼ରେ ୩ ଜୁନିଅର୍‌ ଛାତ୍ର ଗୁରୁତର ଆହତ ହୋଇଥିବା ଅଭି‌ଯୋଗ ହୋଇଛି। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଗ‌ତକାଲି ରାତିରେ ତୃତୀୟ ବର୍ଷର କିଛି ଛାତ୍ର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ତିନି ଜୁନିଅର ଛାତ୍ରଙ୍କୁ ରୁମ୍‌କୁ ଡାକି ପ୍ରାୟ ୨ ଘଣ୍ଟା ଧରି ରୢାଗିଂ କରିବା ପରେ ଛାଡ଼ିଥିଲେ। ଏହାପ‌ରେ ସେମାନେ ପରେ ପୁଣି ଥ‌ରେ ଉକ୍ତ ୩ ଜଣଙ୍କୁ ଡାକି ଲୁହା ରଡ୍‌ରେ ପିଟିଥିଲେ। ଏଥିରେ ଜଣଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଜଣଙ୍କ କାନ ଛିଡ଼ିଯାଇଥିଲା। ତୁରନ୍ତ ସେମାନଙ୍କୁ କିଛି ଛାତ୍ର ହସ୍ପିଟାଲ ନେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍ ହେଉଛି ଏବଂ ପୁଲିସ ଭିଡିଓରୁ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button