ଆରମ୍ଭ ହୋଇଗଲାଣି ଆମାଜନ୍ ସେଲ୍: ଇ-କମର୍ସ ସାଇଟ୍ରେ ଜମିଲା ଅଫରର ଭିଡ଼ – Utkal Mail
ମୁମ୍ବାଇ: ଆରମ୍ଭ ହୋଇଗଲାଣି ଆମାଜନ୍ର ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍’। ଏହି ଅବସରରେ ଅନେକ ସାମଗ୍ରୀ ଉପରେ ବିଶେଷ ରିହାତି ଦେଖିବାକୁ ମିଳୁଛି। ସ୍ମାର୍ଟଫୋନ୍ ଓ ଲାପ୍ଟପ୍ରେ ମିଳୁଛି ଖୁବ୍ ଅଧିକ ରିହାତି। ଆଇଫୋନ୍ରୁ ନେଇ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଖୁବ୍ ଭଲ ରିହାତି ମିଳୁଛି। ଏହି ସେଲ୍ରେ ସ୍ମାର୍ଟୱାଚ୍ ବି ଖୁବ୍ ଶସ୍ତାରେ ମିଳିଯିବ।
ଆମାଜନ୍ର ଏହି ସେଲ୍ରେ ‘ଆପେଲ୍’ର ସବୁ ଜିନିଷକୁ ଖୁବ୍ କମ୍ ଦରରେ କିଣାଯାଇପାରିବ। ‘ମ୍ୟାକ୍ବୁକ୍ ଏୟାର୍ ଏମ୍୧’ ସବୁଠାରୁ ଶସ୍ତାରେ କିଣାଯାଇପାରେ। ଏହାର ଦର ୬୨୩୯୯୦ ଟଙ୍କା ହୋଇଥିବା ବେଳେ ଏହାକୁ ଗ୍ରାହକ ଖୁବ୍ ଶସ୍ତାରେ କିଣିପାରିବେ। ଏହାବ୍ୟତୀତ ଅନ୍ୟ ଲାପ୍ଟପ୍ ଉପରେ ବି ଆକର୍ଷଣୀୟ ଅଫର୍ ଦେଖିବାକୁ ମିଳିବ। ବ୍ୟବହାରକାରୀଙ୍କୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ବି ମିଳିପାରେ।
ଆମାଜନ୍ ସେଲ୍ରେ ଇୟର୍ବଡ୍କୁ ଖୁବ୍ ଶସ୍ତାରେ କିଣିପାରିବେ। ଜାଣିବାକୁ ମିଳିଛି ଯେ ଏହା ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ସବୁଠାରୁ ବଡ଼ କଥା ହେଉଛି ମାତ୍ର ୭୯୯ ଟଙ୍କାରୁ ସ୍ମାର୍ଟୱାଚ୍ କିଣିବାର ସୁଯୋଗ ପାଇବେ ଗ୍ରାହକ।
ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍-୨୦୨୩ ଅକ୍ଟୋବର ୮ ତାରିଖରେ ଆରମ୍ଭ ହୋଇଯାଇଛି। ଏହି ସିରିଜର ଆକର୍ଷର ହେଉଛି ‘ଆଇଫୋନ୍-୧୩’ ଉପରେ ରହିଥିବା ଅଫର୍। ରିପୋର୍ଟରୁ ପ୍ରକାଶ ଯେ ‘ଆଇଫୋନ୍-୧୩’ ମାତ୍ର ୪୦ ହଜାର ଟଙ୍କାରେ ମିଳିଯିବ। ୨୦୨୧ ମସିହାରେ ଲଞ୍ଚ ହୋଇଥିବା ‘ଆଇଫୋନ୍-୧୩’ ବର୍ତ୍ତମାନ ୫୯,୯୦୦ ଟଙ୍କାରେ ମିଳୁଛି। ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍-୨୦୨୩ରେ ଆଗ୍ରହୀ ଗ୍ରାହକମାନେ ସର୍ବନିମ୍ନ ମୂଲ୍ୟରେ ‘ଆଇଫୋନ୍-୧୩’କୁ ପାଇପାରିବେ।