ଓଡିଶା

ବିଜୁ ଜୟନ୍ତୀ ପୂର୍ବରୁ ଅଘଟଣ, ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ସାଲେପୁର : ବିଜୁ ଜୟନ୍ତୀ ପୂର୍ବରୁ ଅଘଟଣ । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ । ଭଦ୍ରେଶ୍ବର ଥାନା ଅଧିନସ୍ଥ ଉମର ଗାଁ ହନୁମାନ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି । ଏହାକୁ ନେଇ ଗ୍ରାମବାସୀ ତୀବ୍ର ପ୍ରତିବାଦ କରିଛନ୍ତି । ଭଦ୍ରେଶ୍ବର ପୋଲିସ ଓ ସାଲେପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ କରିଛନ୍ତି ।

ଦୁର୍ବୃତ୍ତଙ୍କୁ ତୁରନ୍ତ ଦୋଷୀକୁ ଧରା ନଗଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେକୁ ବିରୋଧ କରିଛି ବିଜେଡି । ଡବଲ ଇଞ୍ଜିନ ସରକାର ଡବଲ ହିଂସା ଆଚରଣ କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।  ଏହା ସହ ଏଭଳି ଘଟଣାରେ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେଡି। ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button