ନୀତି

ବିଶ୍ବ ରେକର୍ଡ ସୃଷ୍ଟି କରିଛି ବୃହତ୍ତମ କଖାରୁ – Utkal Mail


କାଲିଫର୍ଣ୍ଣିଆର ହାଫ୍‌ ମୁନ୍‌ ବେ’ରେ ପ୍ରତି ବର୍ଷ କଖାରୁ ପ୍ରତିଯୋଗିତା ହୋଇ ଆସୁଛି। ଏଥିରେ ବିଭିନ୍ନ ଅଞ୍ଚଳର ଚାଷୀ ଉତ୍ପାଦାନ କରିଥିବା ଅସାଧାରଣ ଆକାରର କଖାରୁମାନ ପ୍ରଦର୍ଶନ କରିଥା’ନ୍ତି। ଚଳିତବର୍ଷ ଆମେରିକାର ମିନ୍ନେସୋଟା ପ୍ରଦେଶର ଜଣେ କୃଷକ ଫଳାଇଥିବା କଖାରୁ ଦେଖି ଦର୍ଶକମାନଙ୍କର ଆଖି ଖୋଷା ହୋଇଯାଇଛି। ଟ୍ରାଭିସ୍‌ ଜିଞ୍ଜର ନାମକ ଏହି ଚାଷୀ ନିଜ କ୍ଷେତରେ ଫଳାଇଥିବା ୨,୭୪୯ ପାଉଣ୍ଡ୍‌ ବା ପ୍ରାୟ ୧,୨୪୭ କେ.ଜି. ଓଜନର କଖାରୁଟି ବୃହତ୍ତମ କଖାରୁ ଭାବରେ ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଇଟାଲୀୟ କୃଷକ ଷ୍ଟିଫାନୋ କୁତ୍ରୁପି ୨୦୨୧ରେ ଫଳାଇଥିବା ୨,୭୦୨ ପାଉଣ୍ଡ୍‌ ଓଜନ କଖାରୁ ରେକର୍ଡକୁ ଭାଙ୍ଗି ଟ୍ରାଭିସ୍‌ ନିଜ ନାମରେ ଏହି ବିଶ୍ବ ରେକର୍ଡ ଦରଜ କରାଇଛନ୍ତି। ସେ ଏହି କଖାରୁର ନାମ ‘ମାଇକେଲ ଜୋର୍ଡାନ୍‌’ ଦେଇଛନ୍ତି।

ପୂର୍ବରୁ ୨୦୨୦ରେ ସେ ୨,୩୫୦ ପାଉଣ୍ଡ୍‌ ଓଜନର ‘ଟାଇଗର କିଙ୍ଗ୍‌’ ନାମକ କଖାରୁ ଓ ୨୦୨୨ରେ ୨,୫୬୦ ପାଉଣ୍ଡ୍‌ ଓଜନର ‘ମାଭେରିକ୍‌’ ନାମକ କଖାରୁକୁ ମଧ୍ୟ କାଲିଫର୍ଣ୍ଣିଆ ପ୍ରତିଯୋଗିତାରେ ସାମିଲ କରି ରେକର୍ଡ ସୃଷ୍ଟି କରିଥିଲେ। ଚଳିତ ବର୍ଷକୁ ମିଶାଇ ସେ ତିନି ଥର ଏହି ପ୍ରତିଯୋଗିତାର ବିଜେତା ହୋଇପାରିଛନ୍ତି। ଟ୍ରାଭିସ୍‌ଙ୍କ କହିବାନୁସାରେ, ଗତ ଏପ୍ରିଲ ୧୦ ତାରିଖରୁ କଖାରୁ ମଞ୍ଜି ପୋତିବାଠାରୁ ଆରମ୍ଭ କରି ‘ମାଇକେଲ୍‌ ଜୋର୍ଡାନ୍‌’ ପୂର୍ଣ୍ଣ ବିକଶିତ ହେଲା ଯାଏ ତାଙ୍କୁ ୧୫,୦୦୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିଛି। ତେବେ ସେ ପୁରସ୍କାର ବାବଦ ପାଇଥିବା ୩୦,୦୦୦ ଡଲାରର ଅର୍ଥରାଶି ତାଙ୍କୁ ଆଶ୍ବସ୍ତ କରିଛି ଏବଂ ତାହାକୁ ସେ ପରବର୍ତ୍ତୀ ବୃହତ୍ତମ କଖାରୁ ଫଳାଇବାରେ ବିନିଯୋଗ କରିବେ ବୋଲି କହିଛନ୍ତି। ୨୦୨୨ରେ ଟ୍ରାଭିସ୍‌ ତାଙ୍କ କଖାରୁକୁ ଖୋଦେଇ କରି ବୃହତ୍ତମ ‘ଜ୍ୟାକ୍‌-ଓ’ ଲଣ୍ଠନ ନିର୍ମାଣ କରିବାରେ ମଧ୍ୟ ଗିନିସ ବିଶ୍ବ ରେକର୍ଡ କରିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button