ରାଜନୀତି

ପିଏନ୍‌ ମହାବିଦ୍ୟାଳୟ ଛାତ୍ର ବିଜେଡିର କ୍ୟାମ୍ପସ କମିଟି ଗଠିତ – Utkal Mail


ଖୋର୍ଦ୍ଧା:  ଆଜି ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ନୂତନ କ୍ୟାମ୍ପସ କମିଟି କର୍ମକର୍ତାଙ୍କ ନାମ ଘୋଷଣା କରାଯାଇଛି। ଛାତ୍ର ବିଜେଡି ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନଙ୍କ ସୂଚନାନୁସାରେ, କମିଟିର ଆବହକ ଭାବେ ପ୍ରତ୍ୟୁସ୍ମିତା ନାୟକଙ୍କୁ ମନୋନୀତ କରାଯାଇଛି। ସହ ଆବାହକ ଭାବେ ସୁଦୀପ୍ତା ପ୍ରଧାନ ଓ ଆଦିତ୍ୟ ନାରାୟଣ ମିଶ୍ର। ସାଂସ୍କୃତିକ ପ୍ରତିନିଧି ଭାବେ ଗୋବିନ୍ଦ ସାହୁ, ବିଶ୍ବଜିତ ସାମନ୍ତରାୟ, ସ୍ବାଗତିକା ମଙ୍ଗରାଜ, ଶୁଭସ୍ମିତା ବରାଳ, କ୍ରୀଡ଼ା ପ୍ରତିନିଧି ଭାବେ ମହମ୍ମଦ ତାରିକୁଲ, ଅଭିଜିତ ବିଶ୍ବାଳ, ଶୀତଲ ରାଓ, ଶୁଭଶ୍ରୀ ଲେଙ୍କା, ସାମାଜିକ କାର୍ଯ୍ୟ ପ୍ରତିନିଧି ଭାବେ ରାକେଶ ସାମନ୍ତରାୟ, ଶ୍ରୀତମ ଦାସ, ସ୍ମିୃତିପ୍ରିୟଦର୍ଶିନୀ ସାହୁ ଓଆଇସା ବେଗମ, ସହାୟତା ‌ଡେସ୍କ ପ୍ରତିନିଧି ପ୍ରତୀଶ ପ୍ରିୟବ୍ରତ, ସତ୍ୟ ପ୍ରକାଶ ସ୍ବାଇଁ, ସୌମ୍ୟାସ୍ନିଗ୍ଧା ସୁବୁଦ୍ଧି, ସ୍ମୃତିରେଖା କର।

ଛାତ୍ରାବାସ ଆବାହକ ଭାବେ ଲୟତମିକା ସ୍ବାଇଁ, ଦିବାଧ୍ୟାୟୀ ସମାଜ ନିମନ୍ତେ ରାଜଆରିଅୟନ ସାମନ୍ତରାୟ, ମୁନମୁନ ପ୍ରଧାନ, ସାମାଜିକ ଗଣମାଧ୍ୟମ ନିମନ୍ତେ ଓମପ୍ରକାଶ ମହାପାତ୍ର, ଦୀପକ କୁମାର ମଲ୍ଲିକ, ସୋନାଲିକା ମହାନ୍ତି, ସୁଜାତା ସାହୁଙ୍କୁ ଚୟନ କରାଯାଇଛି। ନୂତନ କର୍ମକର୍ତାଙ୍କ ନାମ ଘୋଷଣା ପରେ ଛାତ୍ରଛାତ୍ରୀମାନେ ମୋଟରସାଇକଲରେ ସହର ପରିକ୍ରମା କରିବା ସହ ଦଳୟୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଏକ ସଭା ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ରାଜ୍ୟ ଯୁବ ବିଜେଡି ସମ୍ପାଦକ ରୁଦ୍ରନାଥ ଦତ୍ତ, ରାଜ୍ୟଛାତ୍ର ବିଜେଡି ଉପସଭାପତି ଦେବସ୍ମିତା ଦାସ, ରୁଦ୍ରାଭିଷେକ ମାନ୍ଧାତା, ଶୁଭମ ମହାପାତ୍ର, ତପନ ସେନାପତି, ସମ୍ବିତ ସାହୁ, ସୋମେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button