ଓଡିଶା

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲା ଖଗେଶ୍ୱର, ଜେରା ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର: ବ୍ଲାକମେଲିଂ ଲେଡି ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଅର୍ଚ୍ଚନାଙ୍କର ୧୦ଟି ବ୍ୟାଙ୍କରେ ଆକାଉଣ୍ଟ୍ ଥିବା ଯାଞ୍ଚବେଳେ ଜଣାପଡ଼ିଛି । ଏହିସବୁ ଆକାଉଣ୍ଟକୁ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଟଙ୍କା ଆସିଛି । ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ କରିଛି ଇଡି । ସିଧାସଳଖ ନହେଲେ ମଧ୍ୟ ଅନେକ ବଡବଡିଆ ଭିନ୍ନ ଭିନ୍ନ ମାଧ୍ୟମରେ ଅର୍ଚ୍ଚନାଙ୍କ ପାଖକୁ ଟଙ୍କା ପଠାଇଛନ୍ତି । ତାହା ପୁଣି ଖଗେଶ୍ୱରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ। ଖଗେଶ୍ୱର ହିଁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ମାଧ୍ୟମ ଥିଲେ ବୋଲି ଇଡି ଜାଣିବାକୁ ପାଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ଟ୍ରାନଜାକ୍ସନ୍ ତଥ୍ୟ ବ୍ୟାଙ୍କରୁ ମିଳିଯାଇପାରେ ।

ଏହାପରେ ସମ୍ପୃକ୍ତ ବଡବଡିଆଙ୍କୁ ନୋଟିସ୍ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡିଛି । ସେହିଭଳି ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବାରୁ ସେମାନଙ୍କୁ ମଧ୍ୟ ପଚରାଉଚୁରା କରିଛି ଇଡି । ତଦନ୍ତବେଳେ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଅର୍ଚ୍ଚନା ଓ ତାଙ୍କ ପତି ଜଗବନ୍ଧୁଙ୍କର ୫ଟି ଜାଲ୍ କମ୍ପାନି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button