ଦେଶ ବିଦେଶ

ବିଷାକ୍ତ ସହର, ନିଶ୍ୱାସ ନେବା ମାତ୍ରେ ହୋଇଯାଏ ମୃତ୍ୟୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ପ୍ରଦୂଷଣ ବୃଦ୍ଧି ମଣିଷ ନିଶ୍ୱାସ ଉପରେ ଗଭୀର ପ୍ରଭାବ ପକାଇବା ଆରମ୍ଭ କରିଛି । ଯେଉଁଥିପାଇଁ ଲୋକମାନେ ଆଜି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ କଳ୍ପନା କର ଯଦି କୌଣସି ସହର ଏତେ ବିଷାକ୍ତ ହୋଇଯିବ । ନିଶ୍ୱାସ ନେବା ମାତ୍ରେ ମନୁଷ୍ୟର ମୃତ୍ୟୁ ହୋଇଯିବ । ବାସ୍ତବରେ ଅଷ୍ଟ୍ରେଲିଆର ଏକ ସହରରେ ଏହା ଘଟିଛି । ଯେଉଁଠାରେ ବାୟୁ ଏତେ ବିଷାକ୍ତ ହୋଇଯାଇଛିଯେ, ସହରବାସୀଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡିଛି । ଏହି ସହର ବର୍ତ୍ତମାନ ଜନଶୂନ୍ୟ ହୋଇଯାଇଛି ।

ବାସ୍ତବରେ ଅଷ୍ଟ୍ରେଲିଆର ୱିଟେନମ୍ ସହର ମାଇନିଂ ଟାଉନ୍ ଭାବରେ ମଧ୍ୟ ଜଣାଶୁଣା । କିନ୍ତୁ ବର୍ତ୍ତମାନ ଏହାକୁ ଅଷ୍ଟ୍ରେଲିଆର ଚେର୍ନୋବିଲ୍ କୁହାଯାଉଛି । କାରଣ ଏହି ସହରର ବାୟୁ ଏତେ ବିଷାକ୍ତ ହୋଇଯାଇଛି ଯେ, ଏଠାରେ ଶ୍ୱାସ ନେବା ଦ୍ୱାରା ମାନବ ଜୀବନ ପ୍ରତି ବିପଦ ବଡିଯାଇଛି । ଏହି କାରଣରୁ, ଏହି ସହରରେ ରହୁଥିବା ସମସ୍ତ ଲୋକଙ୍କୁ ଏଠାରୁ ସବୁଦିନ ପାଇଁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କେବଳ ଏତିକି ନୁହେଁ, ବର୍ତ୍ତମାନ ଏହି ସହରକୁ ମାନଚିତ୍ରରୁ ହଟାଇବା ପାଇଁ ପ୍ରସ୍ତୁତି ଶେଷ ହୋଇଛି ।

ଆସନ୍ତୁ ଜଣାଇଦେଉଛୁଯେ, ୧୯୪୩ ପରଠାରୁ ଅନେକ ପରିବାର ଏହି ସହରରେ ବସବାସ କରିଥିଲେ । ଏକ ଖଣି ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେଉଥିଲା । ଏହି କାରଣରୁ, ଧୀରେ ଧୀରେ ଅନେକ ଲୋକ ପ୍ରାଣ ହରାଇବାକୁ ଲାଗିଲେ । କ୍ଷତି ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ୧୯୬୬ ରେ ୱିଟେନମ୍ ଖଣି ବନ୍ଦ ହୋଇଯାଇଥିଲା । ବିଷାକ୍ତ ହେତୁ ଏହି ସହରରେ ରହୁଥିବା ହଜାର ହଜାର ଲୋକ ପ୍ରାଣ ହରାଇଲେ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଖଣିରେ କାର୍ୟ୍ୟ କରୁଥିବା ପ୍ରାୟ ପ୍ରତ୍ୟେକ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏହାପରେ, ୨୦୦୬ ମସିହାରେ, ଅଷ୍ଟ୍ରେଲିଆ ସରକାର ସହରବାସୀଙ୍କୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନେଇଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button