ଆଇଆଇଟି ବା ଆଇଆଇଏମରେ ନପଢ଼ି ବି ଗୁଗଲରେ ମିଳିଲା ୫୨ଲକ୍ଷ ପ୍ୟାକେଜର ଚାକିରି – Utkal Mail
ଲକ୍ଷ୍ନୌ: କମାଲ କଲେ ଉତ୍ତରପ୍ରଦେଶର ଆରାଧ୍ୟ ତ୍ରିପାଠୀ। ଆଇଆଇଟି ବା ଆଇଆଇଏମରେ ନପଢ଼ି ବି ଗୁଗଲରେ ମିଳିଲା ୫୨ଲକ୍ଷ ପ୍ୟାକେଜର ଚାକିରି। ସାଧାରଣତଃ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ରେ ପାଠ ପଢ଼ୁଥିବା ପିଲାମାନଙ୍କୁ ଗୁଗଲ-ମେଟା ଭଳି କମ୍ପାନିରେ ଅଧିକ ବେତନ ଥିବା ଚାକିରି ମିଳେ। ହେଲେ ଆରାଧ୍ୟା କୌଣସି ବଡ଼ କଲେଜରେ ପାଠ ନପଢ଼ି ବି ଗୁଗଲ ଭଳି କମ୍ପାନିରେ ଚାକିରି ପାଇଛନ୍ତି।
ୟୁପିର ଗୋଠବା ଗାଁରେ ରହୁଥିବା ଆରାଧ୍ୟା ମଦନ ମୋହନ ମାଲାବିୟ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଏମଏମଏମୟୁଟି)ରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିଥିବା ବେଳେ ତାଙ୍କୁ ଏହି ବଡ଼ ସଫଳତା ମିଲିଛି। ବାପା ଜଣେ ଓକିଲ ଓ ମା’ ଜଣେ ଗୃହିଣୀ ହୋଇଥିବା ବେଳେ ଛୋଟବେଳୁ ହିଁ ପାଠ ପଢ଼ାରେ ଭଲ ଥିଲେ ଆରାଧ୍ୟା। ଦଶମ ଓ ଦ୍ବାଦଶ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ସେ ଏମଏମଏମୟୁଟିରେ କମ୍ପ୍ୟୁଟର ଇଞ୍ଜିନିୟରିଂ କରିଥିଲେ। ପାଠ ପଢ଼ା ଶେଷ ହେବା ପରେ ୨୦୨୩ ମସିହାରେ, ଆରାଧ୍ୟା ସ୍କେଲର କମ୍ପାନିରେ ସଫ୍ଟୱେୟାର୍ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ। କମ୍ପାନିରେ ସେ ଇଣ୍ଟର୍ନସିପ୍ କରିଥିବା ବେଳେ ଇଣ୍ଟର୍ନସିପ୍ ସରିବା ପରେ କମ୍ପାନି ତାଙ୍କୁ ୩୨ଲକ୍ଷ ଟଙ୍କା ପ୍ୟାକେଜ୍ ସହ ଚାକିରି ଅଫର ଦେଇଥିଲା। ହେଲେ ଆରାଧ୍ୟା ଏହାକୁ ଗ୍ରହଣ କରିନଥିଲେ। ହେଲେ ଇଣ୍ଟର୍ନସିପ୍ ସମୟରେ ସେ ଶିଖିଥିବା ସବୁ କାମକୁ ବ୍ୟବହାର କରି ଏବେ ସେ ଗୁଗଲରେ ୫୨ଲକ୍ଷ ପ୍ୟାକେଜର ଚାକିିରି ଅଫର ପାଇଥିବା ଜଣାପଡ଼ିଛି।