ରାଜନୀତି

ପଦ୍ମପୁର ଉପ ନିର୍ବାଚନ: ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟାରେ ବାଦ୍ ପଡ଼ିଲେ ୨ ସ୍ଵାଧୀନ ପ୍ରାର୍ଥୀ

ବରଗଡ଼ : ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଗତକାଲି ବିଧିବଦ୍ଧ ଭାବେ ସରି ଥିବା ବେଳେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଛି ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟା। ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏବଂ ଏଆରଓ ସଦାକର କୁମ୍ଭାରଙ୍କ ପରଚାଳନାରେ ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଏଠାରେ ଉପସ୍ଥିତ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଦୁଇ ସ୍ଵାଧୀନ ପ୍ରାର୍ଥୀ ଜୟନ୍ତ ଥାପା ଏବଂ ଦେବବ୍ରତ ସୁନାନୀଙ୍କ ପ୍ରାର୍ଥୀପତ୍ର ନାକଛ ହୋଇଥିବା ଜଣା ପଡ଼ିଛି । ଏବେ ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button