ବ୍ୟବସାୟ

ବଜାରକୁ ଆସିଲା ଜିଓର ସବୁଠାରୁ ଶସ୍ତା ଫ୍ୟାମିଲି ପ୍ଲାନ; ଗ୍ରାହକ ଏପରି ଉଠାଇ ପାରିବେ ଲାଭ – Utkal Mail


ନୂଆଦିଲ୍ଲୀ: ବଜାରକୁ ଜିଓର ସବୁଠାରୁ ଶସ୍ତା ଫ୍ୟାମିଲି ପ୍ଲାନ ଆସିଛି। ଏହି ପ୍ଲାନରେ ଗୋଟିଏ ରିଚାର୍ଜରେ ୪ଟି ଫୋନ ଚାଲିବ ବୋଲି କୁହାଯାଉଛି। ଜିଓର ପୋର୍ଟଫୋଲିଓରେ ଆପଣଙ୍କୁ ଅନେକ ପ୍ଲାନର ଅପସନ ମିଳିବ। ଏଥିରେ ଥିବା କିଛି ପ୍ଲାନ୍ସରେ କମ୍ପାନି ଫେମିଲି ଆଡ-ଅନ ବେନିଫିଟ ଦେଇଥାଏ। ଏମିତି ଏକ ପ୍ଲାନ ଚର୍ଚ୍ଚାରେ ରହିଛି।

ଚର୍ଚ୍ଚାରେ ଥିବା ପ୍ଲାନରେ ଆପଣ ତିନିଟି ଆଡ ଅନ୍ସ ଯୋଡ଼ି ପାରିବେ। ଅର୍ଥାତ ଗୋଟିଏ ରିଚାର୍ଜ ପ୍ଲାନରେ ଚାରିଜଣ ଲୋକ କନେକ୍ଟ ହୋଇପାରିବେ। ଏଥିରେ ଗ୍ରାହକଙ୍କୁ ଅନେକ ଫାଇଦା ବି ମିଳିବ।

କମ୍ପାନିର ସବୁଠାରୁ ଶସ୍ତା ଫେମିଲି ପ୍ଲାନ ୩୯୯ରେ ଆସିଥାଏ। ଆଡ-ଅନ ଫେମିଲି ସିମ ପାଇଁ ଆପଣଙ୍କୁ ପ୍ରତି ମାସରେ ୯୯ଟଙ୍କାର ଅତିରିକ୍ତ ରିଚାର୍ଜ କରିବାକୁ ହେବ।

ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ପାଖ‌ାପାଖି ୭୫ଜିବି ଡାଟା ମିଳିଥାଏ।  ସେହିପରି ସମସ୍ତ ଆଡ-ଅନ୍ସ ସହିତ ୫ଜିବିର ଆଡିସନାଲ ଡାଟା ମିଳିବ। ଅର୍ଥାତ ତିନିଟି କନେକସନ ସହିତ ୫-୫ଜିବି ଡାଟା ଅତିରିକ୍ତ ଭାବେ ମିଳିବ।

ଏତଦ ବ୍ୟତୀତ ଏହି ପ୍ଲାନରେ ଗ୍ରାହକ ଅସୀମିତ କଲିଂ ଓ ଡେଲି ୧୦୦ଏସଏମଏସର ଲାଭ ଉଠାଇ ପାରିବେ। ଧ୍ୟାନରେ ରଖିବେ କି ଡାଟା ଲିମିଟ ଶେଷ ହେବା ପରେ ବ୍ୟବହାରକାରୀଙ୍କୁ ୧୦ଟଙ୍କା ପ୍ରତି ଜିବିର ଦର ଅନୁସାରେ ଡାଟା ମିଳିବ।

ଏହି ପ୍ଲାନରେ କଞ୍ଜୁମର୍ସଙ୍କୁ ଅତିରିକ୍ତ ବେନିଫିଟସ୍ସ ବି ମିଳିବ। ଏଥିରେ ଜିଓଟିଭ, ଜିଓ ସିନେମା ଓ ଜିଓ କ୍ଲାଉଡର ଆକସେସ ବି ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button