ବ୍ୟବସାୟ

୨୦୩୦ରେ ଜାପାନକୁ ଟପିବ ଭାରତ: ବିଶ୍ବର ତୃତୀୟ, ଏସିଆର ଦ୍ବିତୀୟ ମହାଶକ୍ତି ହେବ – Utkal Mail


ଯୁଦ୍ଧ ଏକ ବଡ଼ ବିପଦ: ବାଙ୍ଗା

ନୂଆଦିଲ୍ଲୀ: ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ହେବ ବିଶ୍ବର ତୃତୀୟ ଏବଂ ଏସିଆର ଦ୍ବିତୀୟ ବଡ଼ ଅର୍ଥନୈତିକ ମହାଶକ୍ତି। ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ ପକ୍ଷରୁ ଏହି ଆକଳନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୩୦ ସୁଦ୍ଧା ଭାରତୀୟ ଅର୍ଥନୀତି ପରିମାଣ ୭.୩ ଲକ୍ଷ କୋଟି ଡଲାର ହେବ। ଫଳରେ ବିଶ୍ବର ଧନୀ ଦେଶ ତାଲିକାରେ ଜାପାନକୁ ଭାରତ ତୃତୀୟ ସ୍ଥାନରୁ ହଟାଇବ। ରି‌େପାର୍ଟ ଅନୁସାରେ, ଗତ କିଛି ବର୍ଷ ଭିତରେ ଭାରତକୁ ଆସିଥିବା ବୈଦେଶିକ ପୁଞ୍ଜିନିବେଶ ଏହାର ଦୀର୍ଘମିଆଦୀ ଅଭିବୃଦ୍ଧି ସମ୍ଭାବନାକୁ ଦର୍ଶାଉଛି। ଜନସଂଖ୍ୟାରେ ଯୁବବର୍ଗଙ୍କ ଭାଗ ସହିତ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଆୟରେ ବୃଦ୍ଧି ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିବ। ୨୦୨୨ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୩.୫ ଲକ୍ଷ କୋଟି ଡଲାର ଥିଲା। ତାହା ୨୦୩୦ ସୁଦ୍ଧା ୭.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ୨୦୨୨ରେ ଭାରତୀୟ ଅର୍ଥନୀତି ବ୍ରିଟେନ୍ ଓ ଫ୍ରାନ୍ସଠାରୁ ବଡ଼ ହୋଇଥିଲା।

୨୦୩୦ ସୁଦ୍ଧା ଏହା ଜର୍ମାନିକୁ ଅତିକ୍ରମ କରିବ ବୋଲି ମଧ୍ୟ ଆକଳନ କରାଯାଇଛି। ବର୍ତ୍ତମାନ ବିଶ୍ବର ସବୁଠୁ ବଡ଼ ମହାଶକ୍ତି ହେଉଛି ଆମେରିକା ଯାହାର ଜିଡିପି ପରିମାଣ ୨୫.୫ ଲକ୍ଷ କୋଟି ଡଲାର ରହିଛି। ଏହା ପଛକୁ ୧୮୦୦ କୋଟି ଡଲାର ଜିଡିପି ସହ ଚୀନ୍ ଦ୍ବିତୀୟ ସ୍ଥାନରେ ରହିଛି। ୪.୨ ଲକ୍ଷ କୋଟି ଟଙ୍କା ଅର୍ଥନୀତି ସହ ଜାପାନ ତୃତୀୟ ଏବଂ ୪ ଲକ୍ଷ କୋଟି ଡଲାର ଜିଡିପି ସହ ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଏବେ ପଞ୍ଚମ ସ୍ଥାନରେ ଅଛି। ଏସ୍‌ଆଣ୍ଡ୍‌ପି ପକ୍ଷରୁ ଆକଳନ କରାଯାଇଛି ଯେ ଭାରତର ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟାରେ ଦୁଇ ଗୁଣା ବୃଦ୍ଧି ହେବ। ୪ଜି ଓ ୫ଜି ମୋବାଇଲ୍‌ ପ୍ରଯୁକ୍ତି ଦ୍ବାରା ଇ-କମର୍ସ କଂପାନିଗୁଡ଼ିକ ଉପକୃତ ହେବେ। ମୋଟ ଉପରେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ। ମାନୁଫାକ୍‌ଚରିଂ, ଇଲେକ୍ଟ୍ରୋନିକ୍ସ, ରସାୟନ, ବ୍ୟାଙ୍କିଙ୍ଗ, ବୀମା, ସମ୍ପତ୍ତି ପରିଚାଳନା, ସ୍ବାସ୍ଥ୍ୟ ସେବା ଓ ଆଇଟି କଂପାନିଗୁଡ଼ିକ ଲାଗି ଭାରତ ଆକର୍ଷଣୀୟ ସ୍ଥାନ ହୋଇରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ଯୁଦ୍ଧ ଏକ ବଡ଼ ବିପଦ: ବାଙ୍ଗା
ରିୟାଦ୍ଧ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିଶ୍ବ ଅର୍ଥନୀତି ପାଇଁ ସବୁଠୁ ବଡ଼ ବିପଦ ବୋଲି ବିଶ୍ବବ୍ୟାଙ୍କର ସଭାପତି ଅଜୟ ବାଙ୍ଗା କହିଛନ୍ତି। ନିବେଶକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏହାର ଅର୍ଥନୈତିକ ପ୍ରଭାବ ବେଶ ଗମ୍ଭୀର ହେବ। କିଛି ଦିନ ପୂର୍ବେ ବିକଶିତ ଦେଶରେ ସବୁ ଠିକଠାକ୍ ହେଉଥିବା ମନେ ହେଉଥିଲା। ମାତ୍ର ଏବେ ଆମେ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ସମୟ ଦେଇ ଗତି କରୁଛୁ ବୋଲି ସେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button