କ୍ରାଇମ

ପୂର୍ବ ଶତ୍ରୁତାରୁ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ – Utkal Mail


ଭୁବନେଶ୍ବର: ପୂର୍ବ ଶତ୍ରୁତାରୁ ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତ ଖଣ୍ଡାରେ ହାଣିଥିବାର ଖବର ମିଳିଛି। ଖଣ୍ଡା ଚୋଟରେ ଗୁରୁତର ହୋଇଛନ୍ତି ହୋଟେଲ ମାଲିକ। ମୃତକ ହେଲେ ସାଜନ ସାମଲ। ଘଟଣା ଘଟିଛି ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳରେ। ଏପଟେ ଭସାଣି ଚାଲିଥିବା ବେଳେ କେତେକ ଦୁର୍ବୃତ୍ତ ଆସି ସାଜନଙ୍କୁ ଖଣ୍ଡାରେ ହାଣିଥିଲେ।

ସାଜନଙ୍କ ଅଭିଯୋଗ ଅନୁସାରେ ଦଶହରା ସମୟରେ ହୋଟେଲ ବନ୍ଦ ଥିବା ବେଳେ କେତେକ ଦୁର୍ବୃତ୍ତ ପଶି ଚୋରି କରୁଥିଲେ। ସିସିଟିଭି ଦେଖି ସାଜନ ଚୋରମାନଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପୁଲିସ ସେମାନଙ୍କୁ ଛାଡ଼ି ଦେବାରୁ ସେମାନେ ଆସି ଗତକାଲି ରାତିରେ ତାଙ୍କୁ ଆକ୍ରମଣ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button