ଦେଶ ବିଦେଶ

ବିବାହ ବନ୍ଧନରେ ବାନ୍ଧି ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ

ଆମେରିକା : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନ ନିଜ ବୟଫ୍ରେଣ୍ଡ ପିଟର ନିଲଙ୍କୁ ବିବାହ କରିଛନ୍ତି। ୨୮ ବର୍ଷୀୟା ନାଓମି ପେସାରେ ଜଣେ ଓକିଲ ଏବଂ ତାଙ୍କ ସ୍ୱାମୀ ପିଟର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଜାର୍ଜଟାଉନ ୟୁନିଭର୍ସିଟି ଲ’ ସେଣ୍ଟରରେ କାର୍ଯ୍ୟରତ ଅଛନ୍ତି। ଏହି ବିବାହରେ ମିଡିଆକୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରଖାଯାଇଥିଲା। ଏହା ଏକ ସାଧାରଣ ବିବାହ ସମାରୋହ ଥିଲା। ନାଓମିଙ୍କ ବାପାଙ୍କ ନାମ ହଣ୍ଟର ବାଇଡେନ ଓ ମା’ଙ୍କ ନାମ କ୍ୟାଥଲିନ୍‌ ବାଇଡେନ। କ୍ୟାଥଲିନ୍‌, ହଣ୍ଟର ବାଇଡେନଙ୍କ ପ୍ରଥମ ପତ୍ନୀ।

ନାଓମିଙ୍କ ବିବାହ ହ୍ଵାଇଟ୍‌ ହାଉସ୍‌ ଇତିହାସରେ ୧୯ତମ ବିବାହ ଥିଲା। ଏଠାରେ ପ୍ରଥମ ବିବାହ ୧୮୧୨ରେ ହୋଇଥିଲା। ସେହି ସମୟର ତତ୍କାଳୀନ ପ୍ରଥମ ମହିଳା ଡାଲି ମ୍ୟାଡିସନଙ୍କ ଭଉଣୀ ସୁପ୍ରିମ୍‌ କୋର୍ଟଙ୍କ ଆସୋସିଏଟ୍‌ ଜଜ୍‌ଙ୍କୁ ବିବାହ କରିଥିଲେ। ହ୍ଵାଇଟ୍‌ ହାଉସ୍‌ର ୨୦୦ରୁ ଅଧିକ ବର୍ଷର ଇତିହାସରେ ଏହା ୧୯ତମ ବିବାହ ଥିଲା। ହ୍ଵାଇଟ୍‌ ହାଉସ୍‌ରେ ଏ ପର୍ଯ୍ୟନ୍ତ ୧୮ଟି ବିବାହ ହୋଇସାରିଛି। ଆଉ ନାଓମିଙ୍କ ବିବାହ ୧୯ତମ ଥିଲା। ଏଥିରେ ରିଚାର୍ଡ ନିକ୍ସନଙ୍କ ଝିଅ ଟ୍ରିସିଆଙ୍କ ବିବାହ ୧୯୭୧ରେ ହୋଇଥିବା ବେଳେ ଲିଣ୍ଡନ ଜନସନଙ୍କ ଝିଅ ଲିଣ୍ଡାଙ୍କ ବିବାହ ୧୯୬୭ରେ ହୋଇଥିଲା।

ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍‌ ବାଇଡେନଙ୍କ ସଞ୍ଚାର ନିର୍ଦ୍ଦେଶକ ଏଲିଜାବେଥ୍‌ ଆଲେକଜାଣ୍ଡର କହିଛନ୍ତି, ଏହି ବିବାହର ସମସ୍ତ ଖର୍ଚ୍ଚ ବାଇଡେନ ପରିବାର କରିବ। ହ୍ଵାଇଟ୍‌ ହାଉସ୍‌ରେ ହେଉଥିବା ବିବାହ ଉତ୍ସବରେ ଏହି ପରମ୍ପରା ରହିଆସିଛି। ୨୮ ବର୍ଷୀୟା ନାଓମି ବାଇଡେନ ୪ ବର୍ଷ ତଳେ ୨୫ ବର୍ଷୀୟ ପିଟର ନିଲ୍‌ଙ୍କୁ ପ୍ରଥମେ ଭେଟିଥିଲେ। ଜଣେ ସାଙ୍ଗଙ୍କ ଜରିଆରେ ସେମାନଙ୍କ ଭେଟ ନ୍ୟୁୟର୍କରେ ହୋଇଥିଲା। ଏହି କପଲ୍‌ ସେହି ସମୟରୁ ପରସ୍ପରକୁ ଡେଟ୍‌ କରୁଥିଲେ, ଯାହାପରେ ବର୍ତ୍ତମାନ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button