ବ୍ୟବସାୟ

ଦେଶର ୧୬ଟି ଶିଳ୍ପରେ ଅକ୍ଷୟ ଶକ୍ତି ବ୍ୟବହାର ୧୦%ରୁ କମ୍ – Utkal Mail


ନୂଆଦିଲ୍ଲୀ: ଦେଶର କିଛି ହାତଗଣତି ଶିଳ୍ପ କ୍ଷେତ୍ରରୁ ୯୦ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି। ବିଦ୍ୟୁତ ଶକ୍ତି, ଧାତବ ଓ ଖଣି, ନିର୍ମାଣ ଉପକରଣ, ରସାୟନ ଏବଂ ତୈଳ ଓ ଗ୍ୟାସ୍ କ୍ଷେତ୍ରରୁ ସିଂହ ଭାଗ ନିର୍ଗମନ ହେଉଛି। ଏହି ରିପୋର୍ଟ ଲାଗି ବିଚାରକୁ ନିଆଯାଇଥିବା ୨୧ଟି ଶିଳ୍ପ କ୍ଷେତ୍ର ମଧ୍ୟରୁ ୧୬ଟି କ୍ଷେତ୍ରରେ ମୋଟ ଶକ୍ତି ବ୍ୟବହାରରେ ଅକ୍ଷୟ ଶକ୍ତିର ଭାଗ ୧୦ ପ୍ରତିଶତରୁ କମ୍ ରହିଛି। ସ୍ବାସ୍ଥ୍ୟସେବା, ଏଫ୍‌ଏମ୍‌ସିଜି ଓ ୟୁଟିଲିଟି କ୍ଷେତ୍ରରେ ଅକ୍ଷୟ ଶକ୍ତି ବ୍ୟବହାର ୭୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିବା ବେଳେ ଧାତବ ଓ ଖଣି, ରସାୟନ, ଟେଲିଯୋଗାଯୋଗ ଓ ବିଦ୍ୟୁତ କ୍ଷେତ୍ରରେ ଅକ୍ଷୟ ଶକ୍ତି ବ୍ୟବହାର ୧ ପ୍ରତିଶତରୁ କମ୍ ରହିଛି।

ଏହି ରିପୋର୍ଟକୁ ୧୦୪୦ଟି ତାଲିକାଭୁକ୍ତ କଂପାନିର ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି। ସେଥିରୁ ୭୧ ପ୍ରତିଶତ କଂପାନି ସେମାନଙ୍କ ପ୍ରକଳ୍ପରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନକୁ କମ୍ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଏହି କଂପାନିଗୁଡ଼ିକ ୧୪.୪ ଲକ୍ଷ କୋଟି ଲିଟର ପାଣି ସଂଗ୍ରହ କରିଛନ୍ତି। ପୂପୃଷ୍ଠ ଜଳସ୍ତରରୁ ସେମାନେ ୮.୬ ଲକ୍ଷ କୋଟି ଲିଟର ପାଣି ନେଇଥିବା ବେଳେ ୦.୫ ଲକ୍ଷ କୋଟି ଲିଟର ପାଣି ଭୂତଳରୁ ନେଇଛନ୍ତି। ଅବଶିଷ୍ଟ ପାଣି ଅନ୍ୟ ଉତ୍ସରୁ ହାସଲ କରିଛନ୍ତି। ଏହି କଂପାନିଗୁଡ଼ିକ ୩୦୦ ନିୟୁତ ଟନ୍ ବର୍ଜ୍ୟବସ୍ତୁ ମଧ୍ୟ ସୃଷ୍ଟି କରିଛନ୍ତି। ବିଦ୍ୟୁତ, ଧାତବ ଓ ଖଣି, କ୍ୟାପିଟାଲ ଗୁଡ୍‌ସ, ଏଫ୍‌ଏମ୍‌ସିଜି ଓ ରସାୟନ କ୍ଷେତ୍ର ଅଧିକ ବର୍ଜ୍ୟ ସୃଷ୍ଟି କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button