ଓଡିଶା

ମୃତ୍ୟୁର ଯନ୍ତା ପାଲଟିଲା ଶୌଚାଳୟ ଟାଙ୍କି, ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଜାରେ ଅଘଟଣ । ପାଇଖାନା ଟାଙ୍କି ସେଣ୍ଟ୍ରିିଂ ଖୋଲୁଥିବା ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଧଉରା ପାଲି ଗାଁର ଶିକ୍ଷକ ଅମୁଲ୍ୟ ବିଶ୍ୱାଳଙ୍କ ଘରେ ପାଇଖାନା ଟାଙ୍କି କାମ କରୁଥିବା ବେଳେ ଅଣ ନିଶ୍ୱାସୀ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପାଇଖାନା ଟାଙ୍କିର ସେଣ୍ଟ୍ରିିଂ ଖୋଲୁଥିବା ବେଳେ ଅଘଟଣ ଘଟିଛି ।

ମୃତକଙ୍କ ନାମ ଆର୍ତତ୍ରାଣ ମିର୍ଧା ମିସ୍ତ୍ରୀ ଓ ରୀନା ମାହାର । ଉଭୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କିଶୋରନଗର ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଯୋଗ୍ୟ ଯେ ଅଗଷ୍ଟ ୨୪ରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ପୁକୁଡା ଗାଁରେ ମଧ୍ୟ ଶୌଚାଳୟ ଟାଙ୍କିରେ ସେଣ୍ଟ୍ରିିଂ ଖୋଲିଥିବା ବେଳେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ସହ ଘର ମାଲିକର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଆହତ ହୋଇଥିଲେ । ତିନି ମୃତକ ହେଉଛନ୍ତି ଶ୍ରୀକାନ୍ତ ମୁଣ୍ଡା , ଭରତ ରଣା ଓ ବସନ୍ତ ଦେହୁରୀ । ଗୁରୁତର ଥିବା ସିଦ୍ଧାର୍ଥ ମୁଣ୍ଡାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button