ଓଡିଶା

କାଲିଠୁ ଆଉ ଏକ ପଶ୍ଚିମାଝଡ

ଭୁବନେଶ୍ବର – ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୧୫ ତାରିଖରୁ ବିଜୁଳି ଘଡଘଡ଼ି, ବର୍ଷା ପବନ ସହ କୁଆପଥର ମାଡ ହୋଇଛି । ଗୋଟିଏ ପଶ୍ଚିମାଝଡ଼ ନ ଯାଉଣୁ ଆସନ୍ତାକାଲିଠାରୁ ଆଉ ଏକ ପଶ୍ଚିମାଝଡ଼ର ପୂର୍ବାନୁମାନ କରାଯାଇଛି । ଏଣେ ସାରା ରାଜ୍ୟରେ ଗତକାଲି କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୧୯.୨ମିମି ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୧୨.୨ ମିମି, କଟକରେ ୧୧.୨ମିମି, ଭବାନୀପାଟଣାରେ ୧୨.୨ମିମି, ଖୋର୍ଦ୍ଧାରେ ୧୫ମିମି, ଜଗତସିଂହପୁରରେ ୧୦ମି.ମି, କେନ୍ଦ୍ରାପଡ଼ାରେ ୧୦.୪ମି.ମି ବର୍ଷା ହୋଇଛି। ବାଲେଶ୍ବର, ଚାନ୍ଦବାଲି, ପାରାଦ୍ବୀପ, ଅନୁଗୋଳ, ପୁରୀ, ଝାରସୁଗୁଡା, ସମ୍ବଲପୁର, ଫୁଲବାଣୀ, ଛତ୍ରପୁରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button