କରୋନା

ଦୈନିକ କରୋନା ସଂକ୍ରମଣ ପୁଣି ୬୦୦୦ ଉପରେ, ସକ୍ରିୟ ମାମଲା ୩୧ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ । ଦୈନିକ ମାମଲାରେ ଲଗାତାର ବୃଦ୍ଧି ରେକର୍ଡ କରାଯାଉଛି । ଲଗାତାର ଦ୍ୱିତୀୟ ଦିନ ସଂକ୍ରମଣ ୬୦୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୬୧୫୫ ନୂଆ ମାମଲା ରିପୋର୍ଟ ହୋଇଛି। ଗତକାଲି ୬୦୫୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୧,୧୯୪ କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୨୫୩ ଲୋକ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୪,୪୧,୮୯,୧୧୧ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ କରୋନାରୁ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଛି। ଦୈନିକ ପଜିଟିଭିଟି ହାର ୫.୬୩ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭିଟି ହାର ୩.୪୭ ପ୍ରତିଶତ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button