ଓଡିଶା

ଭିଜିଲାନ୍ସ ଜାଲରେ ଜିଆରଏସ ମ୍ୟାଡାମ୍, ଲାଞ୍ଚ ନେଲାବେଳେ ମାଡିବସିଲା ଟିମ୍ – Utkal Mail



କଳାହାଣ୍ଡି: ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ ମ୍ୟାଡାମ୍ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଜିଆରଏସ ଶ୍ରୀମତି ମାରଗ୍ରେଟ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ମନରେଗା କାମ ପାଇଁ ଜବ୍ କାର୍ଡ ହୋଲ୍ଡରଙ୍କ ଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ମନରେଗା ଯୋଜନା ଅଧିନରେ ମଷ୍ଟର ରୋଲ ପ୍ରସ୍ତୁତ କରିବା ପାଇଁ ଜଣେ ଜବ୍ କାର୍ଡ ହୋଲ୍ଡରଙ୍କ ଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ଜିଆରଏସ ମାରଗ୍ରେଟ ପାଣିଗ୍ରାହୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଗିରଫ ପରେ ଶ୍ରୀମତି ପାଣିଗ୍ରାହିଙ୍କ ବାସଭବନରେ ଚଢାଉ କରିଛି କୋରାପୁଟ ଭିଜିଲାନ୍ସ । ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ ତଦନ୍ତ ଜାରି ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button