ଓଡିଶାକ୍ରୀଡା

ହକି ବିଶ୍ୱକପ ପାଇଁ ଆଜିଠାରୁ ଅନଲାଇନ ଟିକେଟ ବିକ୍ରି

ଭୁବନେଶ୍ବର – ପୁରୁଷ ହକି ବିଶ୍ବକପ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ଆଜି ଦିନ ଗୋଟାଏ ୩୦ ମିନିଟରୁ ଅନଲାଇନରେ ଟିକଟ ବିକ୍ରି ଆରମ୍ଭ କରାଯିବ।
ଟିକଟ ପେଟିଏମର ଡବ୍ଲୁଡବ୍ଳୁଡବ୍ଲୁ.ଇନସାଇଡର୍‌.ଇନ୍ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ ସଂଗ୍ରହ କରିପାରିବ। ଅନ୍‌ଲାଇନରେ ଟିକଟ ବୁକିଂ କରିଥିବା ହକିପ୍ରେମୀ ଉକ୍ତ ବୁକିଂ ରସିଦ୍‌କୁ ଦେଖାଇ ଧାର୍ଯ୍ୟ କରା ଯାଇଥିବା ତାରିଖରେ ଷ୍ଟାଡିୟମରୁ ଟିକଟ ସଂଗ୍ରହ କରିପାରିବେ। ଭାରତ ଖେଳିବାକୁ ଥିବା ମ୍ୟାଚ ଲାଗି ପଶ୍ଚିମ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୫୦୦, ପୂର୍ବ ଷ୍ଟାଣ୍ଡ୍‌ର ୪୦୦, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୨୦୦ ଟଙ୍କା ରହିଛି। ଭାରତ ଖେଳୁନଥିବା ଅନ୍ୟ ମ୍ୟାଚ୍‌ ପାଇଁ ପଶ୍ଚିମ ଷ୍ଟାଣ୍ଡ ୫୦୦, ପୂର୍ବ ଷ୍ଟାଣ୍ଡ୍‌ର ୨୦୦, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌ର ଟିକଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପର ପ୍ରଥମ ଟିକେଟ କିଣିଥିଲେ । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀ ଙ୍କୁ ଟିକେଟ ପ୍ରଦାନ କରିଥିଲେ ।

ଓଡ଼ିଶାରେ ଲଗାତର ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜନ ହେବାକୁ ଯାଉଛି। ୨୦୧୮ରେ ହକି ବିଶ୍ବକପ କେବଳ ଭୁବନେଶ୍ବରରେ ଖେଳା ଯାଇଥିବା ବେଳେ ୨୦୨୩ର ହକି ବିଶ୍ବକପ୍‌ ଭୁବନେଶ୍ବର ଓ ରାଉରକେଲା ସହରରେ ଖେଳାଯିବ। ଏଥିପାଇଁ ରାଉରକେଲାରେ ବିଶ୍ବସ୍ତରୀୟ ଓ ଦେଶର ସର୍ବବୃହତ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଖେଳାଯିବ ହକି ବିଶ୍ୱକପ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button