ବ୍ରହ୍ମପୁର – ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଦଳଗତ ଚାମ୍ପିଅନ ହୋଇଛି । ବ୍ରହ୍ମପୁରରେ ଆୟୋଜିତ ପ୍ରତିଯୋଗିତାରେ ଗଞ୍ଜାମ ଦଳ ସର୍ବାଧିକ ୫୫ ପଦକ ଜିତିଛି । ଏଥିମଧ୍ୟରେ ରହିଛି ୨୩ଟି ସ୍ୱର୍ଣ୍ଣ,୨୨ଟି ରୈ।ପ୍ୟ ଓ ୧୦ଟି କାଂସ୍ୟ। ଖୋର୍ଦ୍ଧା ଜିଲ୍ଲା ୪୩ ପଦକ ସହ ଉପବିଜେତା ହୋଇଛି । ପୁରୁଷ ସିନିୟର ବର୍ଗରେ ଗଞ୍ଜାମ ଜିଲ୍ଲାର କାହ୍ନୁଚରଣ ସାହୁ ଶ୍ରେଷ୍ଠ ଭାରୋତ୍ତୋଳକ ବିବେଚିତ ହୋଇଥିବା ବେଳେ ସିନିୟର ମହିଳା ବର୍ଗରେ ଗଞ୍ଜାମର ହିଁ ପ୍ରମିଳା କିର୍ସାନି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ବ୍ରହ୍ମପୁର ଜଟେଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ ପ୍ରତିଯୋଗିତାରେ ୯ଟି ଜିଲ୍ଲାର ୧୪୦ ପ୍ରତିଯୋଗୀ ଭାଗ ନେଇଥିଲେ।
Related Articles

ଟ୍ଯୂବ ରୁ ଲକ୍ଷପତି ହେଲେ ଆଉ ଏବେ ଜେଲ ଯିବେ । ମିଛ ଭିଡିଓ ପାଇଁ ବନ୍ଧା ହେବେ ୟୂଟ୍ଯୂବର । ଦିନେ ୟୂଟ୍ଯୂବ ରୁ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ କିନ୍ତୁ ଜେଲରେ ଯାଇ ଚକି ପେଶିବେ । ଆଉ କରି ପାରିବେ ନାହି ଭିଡିଓ । ଆଉ ଚ୍ଯାନେଲ ମଧ୍ୟ ବନ୍ଦ କରା ଯାଇପାରେ । କାରଣ ୟୂଟ୍ଯୂବର ଜଣକ ତାଙ୍କ ଦର୍ଶକ ଙ୍କ ପାଇଁ ତିଆରି କରୁଥିଲେ ମିଛ ଭିଡିଓ । ମନିଷ କଶ୍ୟପ ବିହାରର ଜଣେ ପ୍ରସିଦ୍ଧ ୟୂଟ୍ଯୂବର । by TaboolaSponsored Links You May Like The Most Successful Way of Intraday Trading is “Market Profile” TradeWise ଯାହାକୁ ପୁରା ଦେଶ ଜାଣିଛି । ଯିଏ ଭିଡିଓ ପୋଷ୍ଟ କରିଲେ ମିଲିୟନ ମିଲିୟନ ଦର୍ଶକ ତାଙ୍କ ଭିଡିଓ କୁ ଦେଖନ୍ତି । ହଁ ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେ ମନୀଷ କଶ୍ୟପ ଯିଏ ଅଧିକ ସମୟରେ କେନ୍ଦ୍ର ସରକାର ଙ୍କୁ ନେଇ ଟାର୍ଗେଟ କରିଛନ୍ତି । ଅ-ଶା-ଳୀ-ନ ଭା-ଷା-ରେ ଗା-ଳି ମଧ୍ୟ ଦିଅନ୍ତି ମନୀଷ । ଯେଉଁଥି ରୁ ସେ ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏବେ ମନୀଷ କୁ ଘାରିଛି ଗିରଫ ହେବାର ଭୟ । ଭିଲିଲାନ୍ସ ମନୀଷ ଙ୍କ 4ଟି ବ୍ଯାଙ୍କ ଆକାଉଣ୍ଟ କୁ ଶିଚ କରି ଦେଇଛି । ଯେଉଁଥି ରେ 42 ଲକ୍ଷ ରୁ ଅଧିକ ଟଙ୍କା ଥିଲା । ମନୀଷ ଙ୍କ ବିରୁଦ୍ଧରେ ବିହାର ପୋଲିସ ରେ ଏକ ମାମଲା ରୁଜୁ କରିଛି । ଅଭିଯୋଗ ମୁତାବିକ ମନୀଷ ତାମିଲନାଡୁ ରେ ବିହାର ଶ୍ରମିକ ବିରୁଦ୍ଧରେ ହୋଇଥିବା ହିଂସା ର ମିଛ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ପୂର୍ବରୁ ମଧ୍ୟ ଅ-ପ-ରା-ଧି-କ ମାମଲାରେ ମନୀଷ ଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଇଛି । ଏପରିକି ମିଛ ଭିଡିଓ କରୁ ଥିବାରୁ ଭିଜିଲାନ୍ସ ରେଡ କରିବା ସହ ମନୀଷ କଶ୍ୟପ ଓ ଯୁବରାଜ ସିଂ ରାଜପୁତ ଙ୍କୁ କୌଣସି ବି ସମୟରେ ଗି-ର-ଫ କରିପାରେ । ଏହି 2 ଜଣଙ୍କୁ ଗି-ର-ଫ କରିବା ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇଛି । ଦୁହେଁ ଏବେ ଫେରାର ଥିବାରୁ ଦୁଇ ଜଣଙ୍କୁ ଖୋଜିବା ପରେ ବିହାର ପୋଲିସ ଚାରି ଆଡେ ଖୋଜିବାରେ ଲାଗିଛି । ଯାହାକୁ ନେଇ ବିହାର ପୋଲିସ ତାଙ୍କ ଟ୍ବିଟ ରେ ସେୟାର କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ବିହାର ପୋଲିସ ଏବେ ଏହି ଦୁଇ ଜଣଙ୍କୁ ଖୋଜିବା ପାଇଁ ଏକ ଟିମ ଗଠନ କରିଛି ।
15 hours ago