କ୍ରୀଡା

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ, ମହମ୍ମଦ ସାମି ବାଃ ବାଃ – Utkal Mail



ମୁମ୍ବାଇ: ପରମ୍ପରା ଭାଙ୍ଗି ଶେଷରେ ନକ ଆଉଟରେ 70 ରନରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଆଉ ଫାଇନାଲରେ ଏଣ୍ଟ୍ରି ମାରିଛି ଭାରତ। ଓ୍ବାଙ୍ଖଡେରେ ଭାରତର ୩୯୮ ରନର ବିଶାଳ ସ୍କୋରକୁ ପିଛା କରି ଶେଷରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ବିଶାଳ ସ୍କୋର କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ମଧ୍ୟ ଚାପରେ ଭଲ ପ୍ରଦର୍ଶନ କରିଛି।

ତେବେ ଟିମ୍ ଇଣ୍ଡିଆର ଘାତକ ବୋଲର ମହମ୍ମଦ ସାମିଙ୍କ 6ଟି ଓ୍ବିକେଟ ଠିକଣା ସମୟରେ ନେବା ଦଳକୁ ବିଜୟର ରାସ୍ତା ଦେଖାଇଛି। ବିଶ୍ୱକପରେ 7ଟି ଓ୍ବିକେଟ ନେବାରେ ଭାରତ ପକ୍ଷରୁ ସାମି ଦ୍ବିତୀୟ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଆଶିଷ ନେହେରାଙ୍କ ନାମରେ ଥିଲା। ସେହିପରି ଚଳିତ ବିଶ୍ବକପରେ ୩ ଥର ୫ଟି ଓ୍ବିକେଟ ନେଇ ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ସାବ୍ୟସ୍ତ ହୋଇଛନ୍ତି। ଚଳିତ ବିଶ୍ବକପରେ ସାମି 22ଟି ଓ୍ବିକେଟ ନେଇ ଜାମ୍ପାଙ୍କ ସମକକ୍ଷ ହୋଇଛନ୍ତି।

ଚଳିତ ବିଶ୍ୱକପରେ ଭାରତ ପକ୍ଷରୁ ଶ୍ରେୟସ ଆୟର ଏବଂ ବିରାଟ କୋହଲି ଶତକୀୟ ଇନିଂସ ଖେଳିଥିବା ବେଳେ ଶୁଭମାନ ଗିଲ୍ ଅର୍ଦ୍ଦଶତକ ଇନିଂସ ଖେଳି ନଟ୍ ଆଉଟ ଥିଲେ। ଦଳକୁ ଭଲ ରନ୍ ଅଭିମୁଖେ ନେବାରେ ଓପନର ତଥା ରୋହିତଙ୍କ ବଡ ଭୂମିକା ରହିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button