ଓଡିଶା
୩୦ ତାରିଖ ଯାଏଁ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ ଉଭୟପଟୁ ବାତିଲ – Utkal Mail
ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି ଯେ, ସୋରୋ ଓ ବାହାନଗା ବଜାର ଷ୍ଟେସନ ମଧ୍ୟରେ ଟ୍ରାକ୍ ମେଣ୍ଟେନାନ୍ସ କାମ ଯୋଗୁଁ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍ ନଭେମ୍ବର ୨୩ରୁ ୩୦ ତାରିଖ ଯାଏଁ ଉଭୟ ଦିଗରୁ ବାତିଲ ରହିବ।
ଭଦ୍ରକ-ବାଲେଶ୍ୱର ରେଳ ସେକ୍ସନରେ ଜରୁରୀକାଳୀନ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାମକୁ ସୁଗମ କରିବା ପାଇଁ ଏହି ବାତିଲ ଜରୁରୀ ବୋଲି କୁହାଯାଇଛି। ଏହି ସମୟରେ ଯାତ୍ରୀମାନେ ବିକଳ୍ପ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।
ବାହାନଗା ରେଳ ଦୁର୍ଘଟଣା ସହିତ ଅନ୍ୟାନ୍ୟ ସ୍ଥାନରେ ଘଟୁଥିବା ଛୋଟମୋଟ ଘଟଣା ଦେଶରେ ଥିବା ରେଳ ଟ୍ରାକର ମରାମତି ଆବଶ୍ୟକ ବୋଲି ଦର୍ଶାଇଛି। ଯାହାକୁ ଗୁରୁତର ସହ ନେଇ ରେଳ ବିଭାଗ ମରାମତି କରୁଛି।