ଓଡିଶା

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବିରେ ବିଧାନସଭା ଆଗରେ ଅଭିନେତାଙ୍କ ଧାରଣା – Utkal Mail



ଭୁବନେଶ୍ଵର: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ପ୍ରଯୋଜିକା ସନଲିସା । ପଶ୍ଚିମ ଓଡ଼ିଶା ଚଳଚ୍ଚିତ୍ର ବିବାଦ ଯୋଗୁଁ ସେ କ୍ଷତି ସହିଥିବାରୁ ଧାରଣା ଦେଇଛନ୍ତି ସନଲିସା । ୫ ଦଫା ଦାବି ନେଇ ସନଲିସାଙ୍କ ସହ ଅନ୍ୟାନ୍ୟ ଅଭିନେତା ମାନେ ମଧ୍ୟ ସକାଳ ୧୦ଟାରୁ ଲୋୟର ପିଏମଜିସ୍ଥିତ ଧାରଣା ସ୍ଥଳରେ ଧାରଣା ଦେଇଛନ୍ତି । ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ନାରା ଲଗାଇ ଧାରଣରେ ବସିଛନ୍ତି ସନଲିସା ।

ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା, ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ, ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସେମାନେ । ଏହା ସହ ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯାଉ ବୋଲି ମଧ୍ୟ କହିଛନ୍ତି ସନଲିଶା ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଓଲିଉଡରେ କିଛି କଳାକାରଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ରାଜ୍ୟରେ ଫିଲ୍ମ ରିଲିଜ ଉପରେ ପ୍ରଭାବ ପଡ଼ିଥିଲା । ମାଲ୍ୟଗିରି ଓ ପ୍ରଥା ଫିଲ୍ମର ପୋଷ୍ଟର ଚିରି ପ୍ରତିବାଦ କରାଯାଇଥିଲା । ଏହାପରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଏଥି ନିମନ୍ତେ ମନିଜ ମିଶ୍ରଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ ସନଲିଶା । ତେବେ ପୂର୍ବରୁ ମଧ୍ୟ ଏହି ସମସ୍ୟାକୁ ନେଇ ସରକାରୀ ସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲେ ସନଲିଶା । କିନ୍ତୁ ନ୍ୟାୟ ନ ମିଳିବାରୁ ସମସ୍ୟାର ସମାଧାନ ପାଇଁ ବାଧ୍ୟ ହୋଇ ଧାରଣାରେ ବସିଥିବା କହିଛନ୍ତି ପ୍ରଯୋଜିକା ସନଲିସା ।




Related Articles

Leave a Reply

Your email address will not be published. Required fields are marked *

Back to top button