ଓଡିଶା

ସ୍ୱାମୀର ବିଷ ଷଡ଼ଯନ୍ତ୍ର; ଘରେ ନାଗ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା – Utkal Mail



ବ୍ରହ୍ମପୁର: ମନରେ ଘୃଣାଭାବ ଯଦି ବଢିଯାଏ, ତେବେ ଜଣେ ବ୍ୟକ୍ତି ନିଜ ଲୋକଙ୍କୁ ହତ୍ୟା କରିବାକୁ ବି ପଛାଏ ନାହିଁ। ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ୱାମୀ ରଚିଲା ଷଡ଼ଯନ୍ତ୍ର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟିଛି।

ମାଆ-ଝିଅଙ୍କୁ ମାରିବା ପାଇଁ ସାପକୁ ଘର ଭିତରେ ଛଡ଼ିଥିଲା ସ୍ୱାମୀ। ଏହି ଘଟଣାଟି ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା। ସ୍ତ୍ରୀ ବାସନ୍ତୀ ପାତ୍ର ଓ ଝିଅ ଦେବସ୍ମିତା ଶୋଇଥିବା ବେଳେ ଘରେ ସାପ ଛାଡ଼ିଥିଲେ ଗଣେଶ ପାତ୍ର। ସେ ଏକ କୋଳଥିଆ ନାଗ ସାପ ଘରେ ଛାଡ଼ିଥିଲେ। ନାଗ ସାପଟିକୁ ସେ ଜଣେ ସାପୁଆ କେଳା ପାଖରୁ ଆଣିଥିଲେ ବୋଲି ଜଣାପଡ଼ିଛି। କବିସୂର୍ଯ୍ୟନଗର ପୋଲିସ ଏନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କେ. ଗଣେଶ ପାତ୍ରକୁ ଗିରଫ କରିଛି।

ଅନ୍ୟପଟେ ମୃତ ବାସନ୍ତୀଙ୍କ ବାପା ବି. ଖଲି ପାତ୍ର କହିଛନ୍ତି ଗଣେଶ ପାତ୍ର ବିବାହ ପୂର୍ବରୁ ବାହାରକୁ ଯାଇ ବିଭିନ୍ନ ସ୍ଥାନରେ କାମ କରୁଥିଲେ। କିନ୍ତୁ ବିବାହ ପରେ କାମ କରିବାକୁ ଗଲେ ନାହିଁ। ବିଭିନ୍ନ ସମୟରେ ଝିଅକୁ ହଇରାଣ କରୁଥିଲେ। ମୃତ ବାସନ୍ତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଷଡ଼ଯନ୍ତ୍ର କରି ଘରେ ସାପ ଛାଡ଼ି ହତ୍ୟା କରାଯାଇଛି। ସେହିପରି ଅଭିଯୁକ୍ତ କେ. ଗଣେଶ ପାତ୍ର କହିଛନ୍ତି ଯେ, ମୋ ନାଁରେ ମୋ ଶ୍ୱଶୁର ମିଛ ଅଭିଯୋଗ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button