ନୀତି

ସୁଭାଷିତ: ପ୍ରଭୁଧନ ପ୍ରାପ୍ତିରେ ହିଁ ପରମ ଗତି – Utkal Mail


ଇକ ବାତ ଅନୂପ ସୁନହୁ ନର ଭାଇ।
ଇସୁ ଧନୁ ବିନୁ କବହୁ କିନୈ ପରମ ଗତି ପାଇ।ା
-ନାନକ ବାଣୀ
ଗୁରୁ ନାନକ ଆମ ଦେଶ ଭାରତବର୍ଷର ମହାନ୍ ସନ୍ଥ ଓ ସମାଜ ସଂସ୍କାରକ। ସେ ଶିଖଧର୍ମର ପ୍ରବର୍ତ୍ତକ ତଥା ପ୍ରଥମ ଗୁରୁ। କାର୍ତ୍ତିକ ପୂର୍ଣ୍ଣିମା ତାଙ୍କର ଆବିର୍ଭାବ ଦିବସ। ୧୪୬୯ ଖ୍ରୀଷ୍ଟାବ୍ଦ, ନଭେମ୍ବର ମାସ ୧୫ ତାରିଖ, କାର୍ତ୍ତିକ ପୂର୍ଣ୍ଣିମା ଦିନ ସେ ଆଜିର ପାକିସ୍ତାନ ଅନ୍ତର୍ଗତ ତଲବଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେହି ଗ୍ରାମର ଆଜିର ପ୍ରଚଳିତ ନାମ ‘ନାନକାନା ସାହେବ’।
ନାନକଙ୍କର ବାଣୀ ବା ତାଙ୍କ ରଚିତ ପଦ ବା ଦୋହାଗୁଡ଼ିକ କେବଳ ଶିଖଧର୍ମର ନୁହେଁ; ସବୁଧର୍ମର ମହତବାଣୀ ରୂପେ ସ୍ୱୀକୃତ। କାରଣ, ତାହା ବେଦାନ୍ତର ମୂଳତତ୍ତ୍ୱ ସହିତ ସଂପୃକ୍ତ।
ନିଜର ବହୁ ପଦ ବା ଦୋହାରେ, ନାନକ ପ୍ରଭୁଙ୍କ ନାମକୁ ପରମଧ୍ୟେୟ ବୋଲି କହିଛନ୍ତି। ସେହି ପ୍ରଭୁଧନ ହିଁ ପରମଧନ ଏବଂ ତାହାର ପ୍ରାପ୍ତିରେ ହିଁ ପରମଗତି ବୋଲି ସେ କହିଛନ୍ତି। ସଦ୍‌ଗୁରୁଙ୍କ ଦୟା ହେଲେ ଏହି ଧନ ପ୍ରାପ୍ତି ହୁଏ। ଏ ଧନ ପ୍ରାପ୍ତ ନହେଲେ ପରମଗତି ସମ୍ଭବ ହୁଏ ନାହିଁ ବୋଲି କହିଛନ୍ତି।
ଗୁରୁ ନାନକଙ୍କର ଉପରୋକ୍ତ ପଦ ବା ବାଣୀର ସରଳ ଓଡ଼ିଆ ଅନୁବାଦ କରିଛନ୍ତି ‘ନାନକ ଶତକ’ର ସଂକଳକ ତଥା ଓଡ଼ିଆ ଅନୁବାଦକ ଗଣନାଥ ଦାସ। ପ୍ରଭୁଧନ ହିଁ ପରମ ଧନ- ଏହା ସୂଚାଇ ସେହି ଅନୁବାଦରେ କୁହାଯାଇଛି-
ଆହୁରି କଥାଏ ଶୁଣ କହେ ଅନୁପମ।
ଏ ଧନ ବିହୁନେ ନାହିଁ ସେ ଗତି ପରମ।ା




Related Articles

Leave a Reply

Your email address will not be published. Required fields are marked *

Back to top button