ବ୍ୟବସାୟ

ରଶ୍ମିକା ଓ କ୍ୟାଟ୍ରିନାଙ୍କ ପରେ ଫସିଲେ ରତନ ଟାଟା: ଭାଇରାଲ୍‌ ହେଲା ନକଲି ଭିଡିଓ – Utkal Mail


ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ‘ଡିପ୍‌ଫେକ୍‌’ ମାମଲା। ପ୍ରଥମେ ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ପରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କର ‘ଡିପ୍‌ଫେକ୍‌’ ଭିଡିଓ ଭାଇରାଲ୍‌ ହେବା ପରେ ହଇଚଇ ସୃ‌ଷ୍ଟି ହୋଇଥିଲା। ନକଲି  ଭିଡିଓ ଭାଇରାଲ୍‌ ହେବା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ବଡ଼ ବଡ଼ ସେଲିବ୍ରିଟିରୁ ନେଇ ପୁଲିସ୍‌, ସରକାର ସମସ୍ତେ ଏ ଦିଗରେ ନିଜର ଚିନ୍ତା ପ୍ରକଟ କରିବା ସହ ସଚେତନତା ଅବଲମ୍ବନ କରିଛନ୍ତି।

ଏବେ ଅଭିନେତ୍ରୀମାନଙ୍କ ପରେ ଭାରତୀୟ ଶିଳ୍ପପତି  ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କର ବି ଏକ ନକଲି ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓ ଜରିଆରେ ଅନ୍‌ଲାଇନ୍‌ ବେଟିଂକୁ ନେଇ କିଛି ବ୍ୟକ୍ତିଙ୍କୁ ଫସାଯାଉଥିବା ଦେଖିବାକୁ ମିଳିଛି।

ଭାଇରାଲ୍‌ ହୋଇଥିବା ଭିଡିଓରେ ରତନ ଟାଟା ଅନଲାଇନ୍‌ ବେଟିଂ ବା ଜୁଆର କୋଚ୍‌ଙ୍କୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି। ଏହା ସହିତ ସେ ଆମୀର ଖାନ୍‌ ନାମକ ଜଣେ ବ୍ୟକ୍ତିଙ୍କ ଚ୍ୟାନେଲ୍‌ ସହ ନିଜକୁ ଯୋଡ଼ିବାକୁ ଲୋକଙ୍କୁ କହୁଛନ୍ତି।

ସେ ଭିଡିଓରେ ଏପରି କହୁଛନ୍ତି, ‘‘ମୋତେ ଲୋକ ସର୍ବଦା ପ୍ରଶ୍ନ କରନ୍ତି ଯେ ଆପଣ ଧନୀ କିପରି ବନିଲେ? ମୁଁ ଆପଣଙ୍କୁ ମୋ ବନ୍ଧୁ ଆମୀର ଖାନ୍‌ ବିଷୟରେ କହୁଛି। ଭାରତରେ ବି କିଛି ଲୋକ ଏଭିଏଟର୍‌ ଖୋଲିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେମାନଙ୍କ ପ୍ରୋଗ୍ରାମର୍‌, ବିଶ୍ଳେଷକ ଏବଂ କୃତ୍ରିକ ବୁଦ୍ଧିମତା ଚାଟ୍‌ଜିଡିପିକୁ ଧନ୍ୟବାଦ। ଜିତିବାର ସମ୍ଭାବନା ୯୦ ପ୍ରତିଶତରୁ ଅଧିକ।’’




Related Articles

Leave a Reply

Your email address will not be published. Required fields are marked *

Back to top button