ବ୍ୟବସାୟ
ପେଟିଏମ୍ରୁ ସବୁ ଅଂଶଧନ ବିକିଦେଲେ ୱାରେନ ବଫେ – Utkal Mail
ନୂଆଦିଲ୍ଲୀ: ବିଶ୍ବର ବିଶିଷ୍ଟ ନିବେଶକ ପେଟିଏମ୍ର ମୂଳ କମ୍ପାନି ୱାନ ୯୭ କମ୍ୟୁନିକେସନ୍ସ ଲିମିଟେଡରେ ନିବେଶ କରିଥିବା ସବୁ ଅଂଶଧନକୁ ବିକ୍ରି କରିଦେଇଛନ୍ତି। ଅର୍ଥାତ୍ ସେ ଏହି କମ୍ପାନିରୁ ବାହାରି ଯାଇଛନ୍ତି। ବଫେଙ୍କ କମ୍ପାନି ବର୍କସାୟର ହାଥୱେ ଖୋଲା ବଜାର ଜରିଆରେ ତାଙ୍କର ଅଂଶଧନକୁ ପ୍ରାୟ ୧୩୭୦ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏହାଦ୍ବାରା ଅବଶ୍ୟ ତାଙ୍କ କମ୍ପାନିକୁ ୬୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ୱାରେନ୍ ବଫେ ତାଙ୍କ କମ୍ପାନି ଜରିଆରେ ୫ ବର୍ଷ ପୂର୍ବେ ୨୦୧୮ରେ ପେଟିଏମ୍ରେ ୨୨୦୦ କୋଟି ଟଙ୍କା ନିବେଶ କରିଥିଲେ। ଏହା ମାଧ୍ୟମରେ ତାଙ୍କୁ ୨.୩୬ ପ୍ରତିଶତ ଅଂଶଧନ ମିଳିଥିଲା। ବର୍କସାୟର ପୂର୍ବରୁ ଜାପାନୀ କମ୍ପାନି ସଫ୍ଟବ୍ୟାଙ୍କ ଏବଂ ଚୀନ କମ୍ପାନି ଆଲିବାବା ଗ୍ରୁପ ମଧ୍ୟ ୱାନ ୯୭ କମ୍ୟୁନିକେସନର ଅଂଶଧନ ବିକ୍ରି କରି ଏଥିରୁ ବାହାରି ଯାଇଥିଲେ।