କରୋନା

ଜିରୋ କୋଭିଡ ନୀତି ଉଠାଇପାରେ ଡ୍ରାଗନ

ବେଜିଂ: ଚୀନରେ କୋହଳ ହୋଇପାରେ ଜିରୋ-କୋଭିଡ୍ ନୀତି । ଗତ କିଛି ମାସ ଧରି ଲାଗୁ ହୋଇଥିବା ଜିରୋ କୋଭିଡ୍ ନୀତିକୁ ଜୋରଦାର ବିରୋଧ କରାଯାଇଛି। ଗତ କିଛି ଦିନ ଧରି ଚୀନବାସୀ ସରକାର ବିରୋଧରେ ପ୍ରଦର୍ଶନ କରିଛନ୍ତି। ଲୋକଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ସରକାର କଟକଣା କୋହଳ କରିବା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ବେଜିଂ ଓ ସାଂଘାଇ ସମେତ ଚୀନର ପ୍ରମୁଖ ସହରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକଣା ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ୁଛି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ବିକ୍ଷୋଭ ଯୋଗୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଦେଖାଦେଇଛି । ଜିନପିନଙ୍କ ଶାସନ ବେଳେ କେବେ ବି ଏତେ ବଡ଼ ବିକ୍ଷୋଭ ହୋଇନଥିଲା । କାରଣ ଜିନ୍ପିଙ୍ଗଙ୍କ ଏକଛତ୍ରବାଦ ଶାସନ ବିରୋଧରେ କେହି କେବେ ମୁହଁ ଖୋଲିବାକୁ ସାହସ କରୁନଥିଲେ । କିନ୍ତୁ ସାଧାରଣ ଲୋକଙ୍କ ଲଗାତର ବିରୋଧ ପରେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କଟକଣା କୋହଳ କରିବା ଉପରେ ବିଚାର କରୁଥିବା କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button