ନୀତି

ଏହି ମନ୍ଦିର ପରିସର ମହିଳାଙ୍କୁ ମନା, କେବଳ ବିବସ୍ତ୍ର ପୁରୁଷ କରନ୍ତି ପୂଜାର୍ଚ୍ଚନା – Utkal Mail


ଅଜବ ଗଜବ

ଟୋକିଓ: ଦକ୍ଷିଣ-ପଶ୍ଚିମ ଜାପାନର ଓକିନୋସିମା ଏପରି ଏକ ସ୍ଥାନ ଯାହାକୁ ପବିତ୍ର ବୋଲି ବିଚାର କରାଯାଏ। କିନ୍ତୁ ଏହି ପବିତ୍ର ସ୍ଥାନରେ କୌଣସି ମହିଳା ପ୍ରବେଶ କରିବାର ଅନୁମତି ନାହିଁ। ମହିଳାଙ୍କୁ ଅନୁମତି ନ ମିଳିବାର କାରଣ, ଏହି ଦ୍ୱୀପକୁ ଆରମ୍ଭରୁ ମହିଳାଙ୍କ ପାଇଁ ଅସୁରକ୍ଷିତ ବୋଲି ଧରାଯାଏ। ଦ୍ୱୀପରେ ଥିବା ମନ୍ଦିରର ମହନ୍ତଙ୍କ କହିବା ଅନୁଯାୟୀ, ଏହି ପ୍ରଥାକୁ ବନ୍ଦ କରାଯିବା ଉଚିତ ନୁହେଁ। ଅନ୍ୟ ଏକ କାରଣ, ପୁରୁଷମାନେ ଏଠାରେ ବିନା ବସ୍ତ୍ରରେ ବୁଲୁଥିବାରୁ ମହିଳାଙ୍କୁ ଅନୁମତି ନାହିଁ ବୋଲି ମଧ୍ୟ କୁହାଯାଏ। ଜାପାନରେ ଥିବା ଏହି ଦ୍ୱୀପରେ ସିଣ୍ଟୋ ଧର୍ମର ନୀତି ନିୟମ ପାଳନ କରାଯାଏ। ଏହି ଦ୍ୱୀପକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ଭାବେ ମାନ୍ୟତା ମିଳିଛି। ୭୦୦ବର୍ଗ ମିଟର ପରିବ୍ୟାପ୍ତ ଏହି ଦ୍ୱୀପ ଚତୁର୍ଥରୁ ନବମ ଶତାବ୍ଦୀ ମଧ୍ୟରେ କୋରିଆ ଓ ଚୀନ ମଧ୍ୟରେ ବ୍ୟବସାୟ ବାଣିଜ୍ୟର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ସପ୍ତଦଶ ଶତାବ୍ଦୀରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ଦ୍ୱାରା ନାବିକମାନଙ୍କ ନୌଯାତ୍ରା ସୁରକ୍ଷିତ ରୁହେ ବୋଲି ବିଶ୍ୱାସ ରହିଛି। ପୁରୁଷମାନେ ଏହି ସ୍ଥାନକୁ ଯିବାକୁ ହେଲେ କଠୋର ନିୟମ ପାଳନ କରିବାକୁ ପଡ଼ିଥାଏ। ସେହି ସ୍ଥାନକୁ ସେମାନେ ବିନା ବସ୍ତ୍ରରେ ଯାଇଥାନ୍ତି ଏବଂ ସମୁଦ୍ରରେ ବିବସ୍ତ୍ର ହୋଇ ଗାଧୋଇଥାନ୍ତି। ଏଠାରେ କେବଳ ବର୍ଷକୁ ୨୦୦ ପୁରୁଷ ଯିବାର ଅନୁମତି ରହିଛି। କେବଳ ଏତିକି ନୁହେଁ,, ସେମାନେ ସେଠାରୁ ଫେରିବା ସମୟରେ ଦ୍ୱୀପର କୌଣସି ଜିନିଷ ଆଣିପାରିବେ ନାହିଁ ଏବଂ ନିଜ ଅନୁଭୂତି କାହାକୁ ବାଣ୍ଟି ପାରିବେ ନାହିଁ।




Related Articles

Leave a Reply

Your email address will not be published. Required fields are marked *

Back to top button