କ୍ରାଇମ
ମୁମ୍ବାଇ ହଷ୍ଟେଲରେ ଅଗ୍ନିବୀର ପାଇଁ ତାଲିମ ନେଉଥିବା ଜଣେ ମହିଳାଙ୍କ ଆତ୍ମହତ୍ୟା – Utkal Mail
ମୁମ୍ବାଇ: ଅଗ୍ନିବୀର ହେବାକୁ ପ୍ରଶିକ୍ଷଣ ନେଉଥିବା ଜଣେ ୨୦ ବର୍ଷୀୟା ଯୁବତୀ ମୁମ୍ବାଇର ହଷ୍ଟେଲ କୋଠରିରେ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ କେରଳର ବାସିନ୍ଦା ଏବଂ ଦୁଇ ସପ୍ତାହ ତଳେ ନୌସେନା ପ୍ରଶିକ୍ଷଣ ନେବା ପାଇଁ ମୁମ୍ବାଇ ଆସିଥିଲେ। ସୋମବାର ସକାଳେ ମହିଳା ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ଝଗଡ଼ା ହେବାରୁ ସେ ଆତ୍ମହତ୍ୟା ଧମକ ଦେଇଥିଲେ। ଏହାର କିଛି ସମୟ ପରେ ମହିଳା ଜଣକ ଆତ୍ମହତ୍ୟା କରିଥିଲେ। ମଲାଡ ପଶ୍ଚିମର ଆଇଏନ୍ଏସ୍ ହାମଲା ବେସରେ ଥିବା ତାଙ୍କ କୋଠରିରୁ ମୃତଦେହ ମିଳିଥିଲା। ଡାକ୍ତରଙ୍କୁ ଖବର ଦିଆଯିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମାଲୱାନୀ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଗ୍ନିପଥ ଯୋଜନା ଅଧୀନରେ ‘ଅଗ୍ନିବୀର’ମାନେ ୪ ବର୍ଷ ସେବା କରନ୍ତି, ଯେଉଁଥିରେ ୬ ମାସର ପ୍ରଶିକ୍ଷଣ ଏବଂ ସାଢ଼େ ୩ ବର୍ଷର ଚାକିରି ଅନ୍ତର୍ଭୁକ୍ତ। ଏହାପରେ ସେମାନେ ସଶସ୍ତ୍ର ବାହିନୀରେ ରହିବା ପାଇଁ ଆବେଦନ କରିପାରିବେ।