ଦେଶ ବିଦେଶ
ତେଲେଙ୍ଗାନାରେ ମତଦାନ : ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟିରୁ ଉର୍ଦ୍ଧ୍ବ ଭୋଟର – Utkal Mail
ନୂଆଦିଲ୍ଲୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର । ଯାହା ମଧ୍ୟରେ ସାମିଲ ଅଛନ୍ତି, ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସମେତ ଅନେକ ଲୋକସଭା ସାଂସଦ ।
ବିଆରଏସ୍ , କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ଆସନ୍ତା ୩ ତାରିଖରେ ଫଳାଫଳ ଘୋଷଣା ହେବ । ଚଳିତଥର ୧୦୩ଜଣ ବିଧାୟକ ପୁଣି ଥରେ ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶିଳ ବୁଥ୍ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି।